[rayagada] - ଲୋପ ପାଉଛି ଶାଳବଣ, ସ୍ବପ୍ନ ହେବ ଝୁଣା

  |   Rayagadanews

ଜୟପୁର,୨୯ା୪(ନି.ପ୍ର.): ଔଷଧୀୟ ଗୁଣ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଝୁଣା ଆଗାମୀ ଦିନରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଲଘୁ ବନଜାତ ଦ୍ରବ୍ୟକୁ ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରି ବିକ୍ରି କରନ୍ତି। ଝୁଣା ମୁଖ୍ୟତଃ ଶାଳଗଛରୁ ମିଳେ ଓ ଏକଦା ଶାଳ ଜଙ୍ଗଲରେ ଭରପୁର ଥିଲା କୋରାପୁଟ ଜିଲା। ମାଫିଆମାନେ କାଠପଟା ପାଇଁ ଶାଳ ଗଛ କାଟୁଛନ୍ତି। ଫଳରେ କୋରାପୁଟ ଜିଲା ସମେତ ଜୟପୁର ବନଖଣ୍ଡରେ ଶାଳଗଛ ଶୂନ୍ୟ ହେବାରେ ଲାଗିଛି। ଏହି କାରଣରୁ ଏହି ଗଛରୁ ମିଳୁଥିବା ଝୁଣା ମଧ୍ୟ ଏବେ ଦୁର୍ଲଭ ଦ୍ରବ୍ୟ ପାଲଟୁଛି।

ଶାଳଗଛର ଗଣ୍ଡି କଟାଗଲେ ସେଥିରୁ ନିର୍ଗତ ହେଉଥିବା ଅଠାଳିଆ ପଦାର୍ଥ ଶୁଖି ଝୁଣାରେ ପରିଣତ ହୁଏ। ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶାଳଗଛରୁ ଏହି ତରଳ ପଦାର୍ଥ ବାହାରେ। ଝୁଣା ସବୁ ଧର୍ମର ପୂଜାକାର୍ଯ୍ୟରେ ଲାଗେ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଝୁଣାର ଧୂଆଁ ଅନେକ କ୍ଷତିକାରଣ ଜୀବାଣୁ ନଷ୍ଟକରି ବାୟୁମଣ୍ଡଳକୁ ଶୁଦ୍ଧ କରିଥାଏ। ଏହାକୁ ଟୋଲାତେଲରେ ଗରମ କରି ଗୋଡ଼ହାତ ଫୁଲାସ୍ଥାନରେ ମାଲିସ କଲେ ଫୁଲା କମିଯାଏ। ଘରେ କେହି ବସନ୍ତ, ହାଡ଼ଫୁଟି ରୋଗରେ ଆକ୍ରାନ୍ତ ଥିଲେ ଝୁଣାର ଧୂଆଁ ଦିଆଯାଇଥାଏ। ଏଥିରୁ ଧୂପକାଠି ମଧ୍ୟ ପ୍ରସ୍ତୁତ ହୁଏ।...

ଫୋଟୋ - http://v.duta.us/9f3fDwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/C09kwAAA

📲 Get Rayagada News on Whatsapp 💬