[rayagada] - ଷ୍ଟ୍ରଙ୍ଗରୁମ ଜଗିଲେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦଙ୍କ ସମର୍ଥକ

  |   Rayagadanews

ରାୟଗଡା ଅଫିସ୍‌, ୨୮।୪- ରାୟଗଡ଼ା ଜିଲାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଇଭିଏମ୍‌କୁ ରାୟଗଡାସ୍ଥିତ ଜିସିଡି ଉଚ୍ଚ ବିଦ୍ୟାଳୟଠାରେ କରାଯାଇଥିବା ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷାରେ ରଖାଯାଇଛି । ଏକ ଷ୍ଟ୍ରଙ୍ଗରୁମ୍‌ରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ଗଡବଡ କରିବା ଯୋଜନା କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏଠାରେ ଏହା ଘଟିବାର ଆଶଙ୍କା କରି ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ସମର୍ଥକମାନେ ଡେରା ପକାଇଛନ୍ତି । କାଶୀପୁର ବ୍ଲକ୍‌ ଅନ୍ତର୍ଗତ ବଡମାରିଭଟା ଗ୍ରାମର ଧର୍ମେନ୍ଦ୍ର ନାୟକ, ସିନ୍ଦୁରଘାଟି ଗ୍ରାମର ସୁମନ୍ତ ଝୋଡିଆ, ସନ୍ତୋଷ ନାୟକ, ବିପିନ ନାୟକ, ରାମଗୁଡା ଗ୍ରାମର ମୋହନ ମାଝି, ରାୟଗଡା ବ୍ଲକ୍‌ ମାରିଗୁଡା ଗ୍ରାମର ତ୍ରିନାଥ ତାଡିଙ୍ଗୀ ଏବଂ ସହର ଅଧୀନରେ ଥିବା ସିରିଗୁଡାର ରମେଶ ମେଲେକା ପ୍ରମୁଖ ମକରନ୍ଦଙ୍କ ସମର୍ଥକ ଅହୋରାତ୍ର ଜଗିବା ଆରମ୍ଭ କରି ଦେଇଛନ୍ତି । ପୂର୍ବରୁ ଷ୍ଟ୍ରଙ୍ଗରୁମ୍‌ରେ ବିଭ୍ରାଟ ରାୟଗଡାରେ ମଧ୍ୟ ଦେଖାଦେଇଥିଲା । ଏଥିନିମନ୍ତେ ଆମ ପ୍ରାର୍ଥୀଙ୍କ ପାଇଁ ଭୋଟ ମହାପର୍ବରେ ବିଜୟ କରିବା ନିମନ୍ତେ ଆମେ ଷ୍ଟ୍ରଙ୍ଗରୁମ୍‌ ଜଗିଛୁ ବୋଲି ସେମାନେ ପ୍ରକାଶ କରିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀ ଓ ଜିଲା ନିର୍ବାଚନ ଅଧିକାରୀଙ୍କ ଅନୁମତି ନେଇ ଷ୍ଟ୍ରଙ୍ଗରୁମ ଜଗିଥିବା କହିଛନ୍ତି । ଆଉ ସେମାନଙ୍କ ନିକଟରେ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି । ଏଥିସହିତ ୨ଟି ସିସିଟିଭି କ୍ୟାମେରା ମଧ୍ୟ ଖଞ୍ଜାଯାଇଛି ।

ଫୋଟୋ - http://v.duta.us/FWfbZAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Jw_zGgAA

📲 Get Rayagada News on Whatsapp 💬