[sambalpur] - ଦର୍ଶକଙ୍କୁ ବାନ୍ଧିରଖିଲା ମଞ୍ଚନାଟକ ମିଛ ସଂସାର

  |   Sambalpurnews

ବୀରମହାରାଜପୁର, ୨୯ା୪(ଡି.ଏନ.ଏ.) ବର୍ତ୍ତମାନର ସିନେମା, ଟେଲିଭିଜନ ଓ ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ମଞ୍ଚନାଟକର ଆଦର କିମ୍ବା ଆକର୍ଷଣ କମିନାହିଁ। ଏହା ପ୍ରତିପାଦିତ କରିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିକଟବର୍ତ୍ତୀ କମଳପୁର ଗ୍ରାମ ଯୁବନାଟ୍ୟ ସଂସଦର ସୌଖୀନ କଳାକାର ଗଣ। ସେମାନେ ମଞ୍ଚସ୍ଥ କରିଥିଲେ ସାମାଜିକ ନାଟକ ମିଛ ସଂସାର। ସାମ୍ପ୍ରତିକ ସମାଜର ନିଚ୍ଛକ ଘଟଣା ପ୍ରବାହ ଉପରେ ପର୍ଯ୍ୟବେଶିତ ଉକ୍ତ ମଞ୍ଚ ନାଟକ ଥିଲା ଅନୁଷ୍ଠାନର ୯୦ତମ କୃତି। ଏହା ପୂର୍ବରୁ ଯୁବନାଟ୍ୟ ସଂସଦର ପ୍ରୟାସରେ ପରିବେଷିତ ହୋଇଥିବା ୯ଟି ନାଟକକୁ ଅଶେଷ ସଫଳତା ମିଳିଥିବାରୁ କଳାକାରମାନେ ଉତ୍ସାହିତ ହୋଇ ବିଜୟ ଧାରାକୁ ବଜାୟ ରଖିଛନ୍ତି। ଏଥରର ମଞ୍ଚ ନାଟକକୁ ଶଙ୍କରଜିତ କର୍ଣ୍ଣ ନିର୍ଦ୍ଦେଶନା ଦେଇଥିଲେ। ଏହାର ପ୍ରମୁଖ ଭୂମିକାଗୁଡ଼ିକୁ ରୂପଦେଇଥିଲେ କୃତିବାସ ମେହେର, ହୃଷିକେଶ ମେହେର, କୈଳାସଚନ୍ଦ୍ର ପଣ୍ଡା, ବିବସ୍ବତି ପଣ୍ଡା, ସନ୍ତୋଷ ସାହୁ ଏବଂ ନାରୀ ଚରିତ୍ରରେ ପୁଷ୍ପା ମହାନ୍ତି ଓ ସଞ୍ଜିତା ବେହେରା। ବାପି ଭାଇ ଏହି ନାଟକ ପାଇଁ ପ୍ରଚ୍ଛଦପଟ ସଂଗୀତ ସଂଯୋଜନା କରିଥିଲେ। କଳାକାରମାନଙ୍କ ଜୀବନ୍ତ ତଥା ନିଖୁଣ ଅଭିନୟ ତାହାର ଯବନିକା ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ବିଳମ୍ବିତ ରାତି ଯାଏ ଗ୍ରାମବାସୀଙ୍କ ସହ ଆଖପାଖର ଅଗଣିତ ଦର୍ଶକ ମନଭରି ଏହାକୁ ଉପଭୋଗ କରିଥିଲେ।...

ଫୋଟୋ - http://v.duta.us/jlUoFwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/FTmRmAAA

📲 Get Sambalpur News on Whatsapp 💬