[sambalpur] - ୪୦ ବଛର ହେଲା ଝୁପଡ଼ି ଘରେ ବିତୁଛେ ଜୀବନଆବାସ ଯୋଜନାରୁ ବଁଚିତ୍‌ ୧୨ ପରିବାର

  |   Sambalpurnews

ଅତାବିରା, ୨୯।୪ (ଡି.ଏନ୍‌.ଏ.) : କେନ୍ଦ୍ର ଆର ରାଏଜ ସରକାର ଗରିବ୍‌ ଦୁଖିକୁ ପକା ଘର ଯୁଗେଇ ଦେବାର ଲାଗି ଭିନେ ଭିନେ ଯୋଜନା କରି ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ବହୁତ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଉଥିବାର ଦେଖବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ଟାମ୍ପରସରା ପଁଚେତ୍‌ ଅଏଁଲାପାଲି ଝୁପଡ଼ିପଡ଼ାରେ।

ସୂଚନା ହିସାବେ ଟାମ୍ପରସରା ଆର ଅଏଁଲାପାଲିର ମଝିରେ ରହିଛେ ଝୁପଡ଼ିପଡ଼ା। ରାସ୍‌ତାର ଦୁଇଫାଲେ ଝୁପଡ଼ିପଡ଼ାରେ ୧୨ ଗରିବ୍‌ ପରିବାର ପାଖାପାଖି ୬୦ ଲୋକ୍‌ ବାସ୍‌ କରୁଛନ୍‌। ଇ ପରିବାରମାନେ ନିହାତି ଗରିବ୍‌ ହେଇଥିଲାବେଲେ ଆଏଜ୍‌କେ ପାଖାପାଖି ୪୦ ବଛର ହେଲା ସଭେ ନଡ଼ାଛପରର କୁରିଆଟେ ଲେଖେଁ କରି ରହୁଛନ୍‌। ପଡ଼ାର ସବୁ ପରିବାର ଭୂମିହୀନ ଆଏ। ହେଲେ ଇମାନେ ସରକାରକଁର ତରଫୁ ଭୂମିହୀନମାନକୁ ମିଲୁଥିବାର ୪ ଡିସିମିଲ ଘରଡିହ ପାଏବାରୁ ବି ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ପଡ଼ାରେ ବଛରକୁତା ପାଏନ୍‌ ସମସିଆ ଲାଗି ରହୁଥିଲାବେଲେ ଖରାଦିନେ ସେ ଦୁଖ୍‌ ଦୁଇଗୁନା ହେଇଯାଉଛେ। ପଡ଼ାର ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ଗୁଟେ ନଲ୍‌ଚୁଅଁା ରହିଛେ, ହେଲେ ସେଥ୍‌ରୁ ଦୂଷିତ୍‌ ପାଏନ୍‌ ବାହାରୁଛେ। ଉପେ ଶୂଇନ୍‌ ହେଇ ପଡ଼ାବାସୀ ସେ ଦୂଷିତ୍‌ ପାଏନ୍‌କେ ବେଭାର କରୁଛନ୍‌। ପଡ଼ାବାସୀ ପିଇଲା ପାଏନ୍‌ ଆର ଆବାସ ଘର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ହେଲେ ଦୁଖର କଥା ଇ ପଡ଼ା ଉପରେ ଆଏଜ୍‌ତକ କେହେନ୍‌ସି ପରଶାସନିକ ଅଧ୍‌କାରୀକଁର ଦୁରୁଷ୍‌ଟି ନାଇଁପଡ଼ି। ଇନ୍ଦ୍ରଜିତ ଭୋଇ, ସଂସାର ଭୋଇ, ଶ୍ରୀରାମ ଭୋଇ, ସୁବାଷ ଭୋଇ, ଅକ୍ଷୟ ଭୋଇ, ନାନବଟିଆ ଲୁହା, ରାଜକୁମାର ଭୋଇ, ସୀତାରାମ ଭୋଇ, ଦେବେନ୍ଦ୍ର ଭୋଇ, ମହନ ସିକ୍‌ଦାର, ଜଗବନ୍ଧୁ ସିକ୍‌ଦାର ଏନ୍‌ଥେଇ ମୋଟ ୧୨ଟା ପରିବାର ଦୁଖେସୁଖେ ଝୁପଡ଼ିପଡ଼ାରେ ରହିଆସୁଛନ୍‌। ଇ ବାବ୍‌ଦେ ଟାମ୍ପରସରା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଅନିରୁଦ୍ଧ ସାଗରିଆକୁଁ ପଚରାଲାରୁ ପଡ଼ାକେ ଯାଇ ତଦଁତ୍‌ କରି ପରିବାରମାନକୁ ଆବାସ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଯଦି ଝୁପଡ଼ିପଡ଼ାବାସୀ ଆବାସ ଘର ପାଏବାରୁ ବଁଚିତ୍‌ ହେଇଛନ୍‌, ଘଟନାର ତଦଁତ୍‌ କରି ଆବାସ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।

ଫୋଟୋ - http://v.duta.us/hGaJAwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Avko6wAA

📲 Get Sambalpur News on Whatsapp 💬