[upakula-odisha] - କାର୍ଯ୍ୟକ୍ଷମ ହୋଇପାରୁନି ପାନୀୟଜଳ ପ୍ରକଳ୍ପ: ପାଣି ପାଇଁ ୱାର୍ଡବାସୀ ହନ୍ତସନ୍ତ

  |   Upakula-Odishanews

ରଣପୁର,୨୯ା୪(ସ୍ବ.ପ୍ର.)-ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ନିମନ୍ତେ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ପାନୀୟଜଳ ପ୍ରକଳ୍ପ ଆରମ୍ଭ ହେଉଛି। ତେବେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏହି ପ୍ରକଳ୍ପଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବା ଅଭିଯୋଗ ହୋଇଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୨ନଂ ୱାର୍ଡରେ। ଏହି ୱାର୍ଡରେ ୧୫ଶହରୁ ଊର୍ଦ୍ଧ୍ୱ ପରିବାର ରହୁଛନ୍ତି। ସରକାର ଏମାନଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦେଢ ବର୍ଷ ତଳେ ହାଟସାହିଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ପମ୍ପ ହାଉସ୍‌ ନିର୍ମାଣ କରିଥିଲେ। ତେବେ ଦୀର୍ଘ ୫ ମାସ ହେଲାଣି ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପମ୍ପ ହାଉସ୍‌କୁ ଚାଲୁ କରାଯାଉ ନାହିଁ।ତେଣୁ ଏହାଦ୍ୱାରା ସାଧାରଣ ଲୋକେ ହିଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତିି। ସମ୍ପ୍ରତି ୪୦ ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରର ଗ୍ରୀଷ୍ମ ପ୍ରବାହ ହେଉଥିବାବେଳେ କୂଅ, ପୋଖରୀ ଶୁଖିଯାଇଛି। ୱାର୍ଡର ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଣ ପାଇଁ ୮ ମାସ ହେବ ପାଇପ୍‌ ସଂଯୋଗ କରାଯାଇଛି। ହେଲେ ଏଥିରୁ ପାଣି ଆସୁନାହିଁ। ତେଣୁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିର୍ମିତ ହୋଇଥିବା ଏହି ପ୍ରକଳ୍ପଟି ପ୍ରହସନରେ ପରିଣତ ହୋଇଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ପ୍ରକଳ୍ପଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ଖରାଦିନେ ଲୋକେ ପାଣି ଟିକେ ପାଇଁ ହନ୍ତସନ୍ତ ହେଉଛନ୍ତି। ସୂଚନାଯୋଗ୍ୟ, ରଣପୁରସ୍ଥିତ ୧୫ଟି ୱାର୍ଡରୁ ୧୦ଟି ୱାର୍ଡରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଏହି ବିଷୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରିଣୀ ଅର୍ଚ୍ଚନା ନାୟକ କହିଛନ୍ତି, ଖୁବ୍‌ ଶୀଘ୍ର ଏହି ପମ୍ପ ହାଉସ୍‌କୁ ଚାଲୁ କରାଯାଇ ୱାର୍ଡବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ।

ଫୋଟୋ - http://v.duta.us/boJeCgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/VWHlWgAA

📲 Get Upakula-odisha News on Whatsapp 💬