[upakula-odisha] - ଜନବସତି ଅଞ୍ଚଳରେ ବେଆଇନ ଇଟାଭାଟି

  |   Upakula-Odishanews

ବାଲୁଗାଁ,୨୯ା୪(ଡି.ଏନ.ଏ.): ଗତ କିଛିଦିନ ହେଲା ଖୋର୍ଦ୍ଧା ଜିଲା ଚିଲିକା ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ା ଗୋଟିଏ ପଟେ ଅସହ୍ୟ ତାତି ଓ ଅନ୍ୟପଟେ ବେଆଇନ ଇଟାଭାଟିର ଉତ୍ତପ୍ତ ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବାଲୁଗାଁ ବାଇପାସ୍‌ ୧୬ନଂ. ଜାତୀୟ ରାଜପଥର ଅଲାଇଡ଼ିହ ଛକଠାରୁ ଧୂଆଁଳ ମଧ୍ୟରେ ରାସ୍ତାପାର୍ଶ୍ୱ ଓ ଗ୍ରାମ ସନ୍ନିକଟ ଜନବସତି ଅଞ୍ଚଳରେ ଏକାଧିକ ବେଆଇନ ଇଟାଭାଟି ଗଢିଉଠିଛି। ଜନବସତି ଅଞ୍ଚଳରୁ ଦୂରତାକ୍ରମେ ଇଟାଭାଟି ଗଢିବା ନିୟମ ରହିଛି। କିନ୍ତୁ ଭାଟି ମାଲିକମାନେ ତହସିଲ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ହାତବାରିସି କରି ଇଟାଭାଟି ଗଢି ବେଶ୍‌ ମୁନାଫା କମାଇବାରେ ଲାଗିଛନ୍ତି। ଗ୍ରୀଷ୍ମ ତାତିରେ ଲୋକେ ଡହଳବିକଳ ହେଉଥିବା ବେଳେ ଇଟାଭାଟିର ବିଷାକ୍ତ ଧୂଆଁ ପରିବେଶ ପ୍ରଦୂଷିତ କରୁଛି। ଇଟାଭାଟିର ଧୂଆଁ ତାତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜାରି ରହିଥିବାରୁ ଲୋକେ ଶାନ୍ତିରେ ନିଦ୍ରା ଯାପନ କରିପାରୁନାହାନ୍ତି। ବିଶେଷ କରି ଧୂଆଁଳ, ଗୋପୀନାଥପୁର, ବିଷ୍ଣୁଡ଼ିହ, କୋତରୀ, ଖଣତ ସମେତ ରାଜପଥ ପାର୍ଶ୍ୱ ଅଞ୍ଚଳବାସୀ ଏହି ଅସୁବିଧା ଭୋଗୁଛନ୍ତି। ଭାଟି ପାର୍ଶ୍ୱ ରାଜପଥ ଦେଇ ଦୈନନ୍ଦିନ ପ୍ରଶାସନିକ ଅଧିକାରୀ ଯାତାୟାତ କରୁଥିଲେ ମଧ୍ୟ ଏ ଦିଗରେ କାହାର ଦୃଷ୍ଟି ନ ପଡ଼ିବା ଅଞ୍ଚଳବାସୀଙ୍କୁ ଆଚମ୍ବିତ କରିଛି। ଏ ସଂକ୍ରାନ୍ତରେ ବାଣପୁର ତହସିଲଦାର ସଶ୍ମିତା ବାରିକଙ୍କୁ ପଚାରିବାରୁ ସେ କହିଥିଲେ, ଗ୍ରୀଷ୍ମଋତୁ ପ୍ରାରମ୍ଭରୁ ସମ୍ପୃକ୍ତ ଭାଟି ମାଲିକଙ୍କୁ ସଚେତନ କରାଯାଇଥିଲା। ଯଦି କେହି ଆଇନକୁ ଖିଲାପ କରୁଛି, ନିକଟସ୍ଥ ରାଜସ୍ବ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଫୋଟୋ - http://v.duta.us/s0U7fAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/stnIXQAA

📲 Get Upakula-odisha News on Whatsapp 💬