[baleswar] - ଜଳେଶ୍ବର: ତିନି ବର୍ଷ ଧରି ଭୋକ ଉପାସରେ ଘରଭିତରେ ପଡିରହିଛନ୍ତି ନିସନ୍ତାନ ଦମ୍ପତି,ପଡିଶାଙ୍କ ସହାୟତା ରେ ବଞ୍ଚିଛି ଜୀବନ

  |   Baleswarnews

ଜଳେଶ୍ବର(ସତ୍ୟବ୍ରତ ପ୍ରଧାନ): କଳା ମଚମଚ ଅନ୍ଧାରିଆ ଘର।ଘର ଭିତରେ ବୟସର ସାୟାହ୍ନ ରେ ପାଦ ଥାପି ଥିବା ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ମାକଡିଆ ଗାଁର ର ସୁରେନ୍ଦ୍ର ଓ ତାରାମଣି।ସୁରେନ୍ଦ୍ର ଙ୍କ ବୟସ ୯୦ ଟପିଲାଣି। ପତ୍ନୀ ତାରାମଣି ଙ୍କୁ ବି ୮୫। ଦିନେ ନୁହେଁ କି ସପ୍ତାହେ ନୁହେଁ ଗତ ତିନି ବର୍ଷ ଧରି ଏହି ଦମ୍ପତି ଆଜବେଷ୍ଟ ଛପର ଥିବା ଏକ ନୁଆଁଳିଆ ଘର ଭିତରେ ରହିଛନ୍ତି। ନିହାତି ଦରକାର ପଡିଲେ କେତେବେଳେ ପିଣ୍ଡା ଯାଏ ଘୁଷୁରି ଘୁଷୁରି ବହୁ କଷ୍ଟ ରେ ଆସନ୍ତି। ଚାଲିବାକୁ ତ ଶକ୍ତି ନାହିଁ।ଉଠିବାକୁ ଅଣ୍ଟା ରେ ବି ବଳ ନାହିଁ। ଆଖି ଦୁଇଟା ବି କୋରଡ ଭିତରକୁ ପଶି ଗଲାଣି।ଦେହର ଚମ ସବୁ ଧୁଡୁଧୁଡୁ ପଡିଯାଇଛି। ନିପୁତ୍ରିକ ଥିବା ଏହି ଦୁଇ ପ୍ରାଣୀ ଙ୍କ ପାଇଁ ଏବେ ବୟସ ପାଲଟିଛି ଅଭିଶାପ। ଜୀବନ ଅଛି ବୋଲି ତ ନିଜ ଜୀବନ ନୌକା ରେ ଏମାନେ ସାଜିଛନ୍ତି ନିଜେ ନାଉରି।...

ଫୋଟୋ - http://v.duta.us/cfjrCgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/1gY6_wAA

📲 Get Baleswarnews on Whatsapp 💬