[odisha] - ସମର୍ଥନ ଲାଗି ବିଜେଡିର ସର୍ତ : ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ବିକାଶରେ ସହଯୋଗ

ଭୁବନେଶ୍ବର : ବୁଥ ବାହୁଡା ମତ ସୂଚାଉଛି ଯେ କେନ୍ଦ୍ରରେ ପୁଣି ଏନ୍‌ଡିଏ ସରକାର ଶାସନକୁ ଫେରିବ। ହେଲେ ଅଧିକାଂଶ ରାଜନୈତିକ ଦଳ ଏହାକୁ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ବରଂ ପୂର୍ବାନୁମାନ ଭୁଲ୍‌ ହେବ ବୋଲି ସୂଚାଇ ବିକଳ୍ପ ରାଜନୈତିକ ଶକ୍ତି କେନ୍ଦ୍ରରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ରାଜନୈତିକ ବିେଶଷଜ୍ଞ ଯେଉଁ ପୂର୍ବାନୁମାନ ଲଗାଉଛନ୍ତି, ସେଥିରେ ଏନ୍‌ଡିଏ ସପକ୍ଷରେ ମଧ୍ୟ ସ୍ପଷ୍ଟ ବହୁମତ ନାହିଁ। ଏପରିସ୍ଥଳେ ବିଜେପି ମ୍ୟାଜିକ୍ ନମ୍ବର ହାସଲ ପାଇଁ ଟିଆର୍‌ଏସ୍, ବିଜେଡି ପ୍ରମୁଖଙ୍କ ସମର୍ଥନ ନେଇପାରେ।

ଏଭଳି ଏକ ଚର୍ଚ୍ଚା ଆସନ୍ତା ୨୩ ତାରିଖରେ କି ରୂପ ନେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। କିନ୍ତୁ କୌତୂହଳର ଏନଡିଏ ସରକାରକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ପୂର୍ବାନୁମାନ ପରେ ବି ଜାତୀୟ ଗଣମାଧ୍ୟମରେ ଆଞ୍ଚଳିକ ଦଳର ଭୂମିକା ନେଇ ଆଲୋଚନା ଥମୁନି। ବିଜେଡି ଭଳି ରାଜନୈତିକ ଦଳର କେନ୍ଦ୍ରୀୟ ଆଭିମୁଖ୍ୟ ସଂପର୍କରେ ଗଣମାଧ୍ୟମ କଥା ଉଠାଇଲାଣି।...

ଫୋଟୋ - http://v.duta.us/dG_OcwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/UzqligAA

📲 Get Odisha News on Whatsapp 💬