[odisha] - ହୋଟେଲ ଶିଳ୍ପ ପୁନରୁଦ୍ଧାର ପାଇଁ ବିଜୁଳି କଣ୍ଟା, ରଥଯାତ୍ରାରେ ଭକ୍ତଙ୍କୁ ମିଳି ନ ପାରେ ଆତିଥ୍ୟ

ପୁରୀ : ଆଉ ମାତ୍ର ୪୫ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ହେଲେ ପ୍ରସ୍ତୁତ ହୋଇପାରୁନି ଭିତ୍ତିଭୂମି। ରଥଯାତ୍ରାରେ ଭକ୍ତଙ୍କ ରହିବା ପାଇଁ ଆବଶ୍ୟକ ହୋଟେଲ ନାହିଁ। ପ୍ରଳୟଙ୍କରୀ ବାତ୍ୟା ‘ଫନି’ ମାଡ଼ରେ ପୁରୀର ଉଜୁଡ଼ା ହୋଟେଲ ଶିଳ୍ପର ପୁନଃନିର୍ମାଣ କାର୍ଯ୍ୟ ବିଜୁଳି ବିନା ଅଟକି ରହିଛି। ବାତ୍ୟାର ୧୭ ଦିନ ପରେ ବି ମିଳିପାରିନି ବିଜୁଳି। ଫଳସ୍ବରୂପ କ୍ଷତିଗ୍ରସ୍ତ ହୋଟେଲଗୁଡ଼ିକର ପୁନଃନିର୍ମାଣ, ମରାମତି କାମ ଏଯାବତ ଆରମ୍ଭ ହୋଇ ପାରିନାହିଁ। ତେଣୁ ଏଥର ରଥଯାତ୍ରା ଦେଖିବାକୁ ଆସୁଥିବା ଭକ୍ତଙ୍କୁ ରହିବା ପାଇଁ ହୋଟେଲ ନ ମିଳିପାରେ।

୧୫ ଦିନ ବ୍ୟାପୀ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ ଜଗନ୍ନାଥଧାମରେ ପ୍ରାୟ ୧୫ରୁ ୨୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ରଥଯାତ୍ରା, ହେରାପଞ୍ଚମୀ, ସଂଧ୍ୟା ଦର୍ଶନ, ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ଭଳି ଠାକୁରଙ୍କ ଯାତ୍ରା ଦେଖିବାକୁ ଲକ୍ଷଲକ୍ଷ ଭକ୍ତ ପୁରୀ ଆସିଥାନ୍ତି। ସରକାରୀ ହିସାବ ଅନୁଯାୟୀ ପ୍ରାୟ ୮ ଶହ ହୋଟେଲରେ ଏମାନେ ରହି ଯାତ୍ରା ଦେଖନ୍ତି। ଭକ୍ତଙ୍କ ରହିବା ପାଇଁ ହୋଟେଲ ଅଭାବ ପଡ଼ୁଥିବାରୁ ନବକଳେବରଠାରୁ ପର୍ଯ୍ୟଟନ ବିଭାଗ ହୋମ୍‌ ଷ୍ଟେ ବ୍ୟବସ୍ଥା ଆରମ୍ଭ କରିଛି। ଏହି ମାଧ୍ୟମରେ ପ୍ରାୟ ୫ ଶହରୁ ୧ ହଜାର ପରିବାରଙ୍କୁ ରଖିବାର ବ୍ୟବସ୍ଥା ଅଛି। ହେଲେ ମେ ୩ ତାରିଖରେ ବାତ୍ୟା ‘ଫନି’ ପୁରୀର ହୋଟେଲ ଶିଳ୍ପକୁ ଛାରଖାର୍‌ କରିଦେଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଟେଲଗୁଡ଼ିକୁ ସଜାଡ଼ିବା ପାଇଁ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ହୋଟେଲ ମାଲିକ ସଂଘକୁ ଅନୁରୋଧ କରିଥିଲେ। ତଦନୁଯାୟୀ ସେମାନେ ପ୍ରସ୍ତୁତ ମଧ୍ୟ ହେଉଛନ୍ତି। ହେଲେ ପୁନଃନିର୍ମାଣରେ ବାଧକ ସାଜିଛି ବିଜୁଳି।...

ଫୋଟୋ - http://v.duta.us/p16pZQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/O_hXRQAA

📲 Get Odisha News on Whatsapp 💬