ଓଡ଼ିଆ ପର୍ବତାରୋହୀ କଳ୍ପନା ଦାସଙ୍କର ମୃତଦେହ ଉଦ୍ଧାର, ପାର୍ଥିବ ଶରୀର ନେଇ ଭୁବନେଶ୍ୱର ଆସିବେ ୩ ଜଣିଆ ଟିମ୍‌

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ କଳ୍ପନା ଦାସଙ୍କର ମୃତଦେହ ଉଦ୍ଧାର ହୋଇଛି। ଏଭରେଷ୍ଟ ବେସ୍‌ କ୍ୟାମ୍ପ-୪କୁ କଳ୍ପନାଙ୍କ ମୃତଦେହ ଅଣାଯାଇଛି। ଜଣେ ନେପାଳୀ ସେର୍ପା ମୃତଦେହ ଠାବ କରି ବେସ୍‌ କ୍ୟାମ୍ପକୁ ଆଣିଥିବା ଜଣାପଡ଼ିଛି। ବେସ୍‌ କ୍ୟାମ୍ପରୁ କଳ୍ପନାଙ୍କ ମୃତଦେହ କାଠମାଣ୍ଡୁ ପଠାଯିବ। ପରେ ଏହାକୁ ଭୁବନେଶ୍ୱର ଅଣାଯିବ ବୋଲି କ୍ରୀଡ଼ା ବିଭାଗ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଏକ ୩ ଜଣିଆ ଟିମ୍‌ କାଠମାଣ୍ଡୁ ଯାଇଛି।

ସୂଚନାଯୋଗ୍ୟ କଳ୍ପନା ଦାସଙ୍କ ଗୁରୁବାର ଦେହାନ୍ତ ହୋଇଥିଲା। କଳ୍ପନା ନିଜର ଶେଷ ନିଶ୍ୱାସକୁ ଏଭେରେଷ୍ଟ ଶିଖରରେ ହିଁ ତ୍ୟାଗ କରିଥିଲେ। ଦ୍ଵିତୀୟ ଥର ପାଇଁ ଏଭେରେଷ୍ଟ୍‌ ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ ଏଭଳି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ମୀରା ଆଚାର୍ଯ୍ୟ ଏହି ଖବରକୁ ସ୍ପଷ୍ଟ କରିଥିଲେ। ହିମାଲୟନ୍‌ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ମୀରା ଏହି ଖବର ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ କଳ୍ପନା ସହିତ ଥିବା ଜଣେ ସେର୍ପା ମଧ୍ୟ କଳ୍ପନାଙ୍କ ପରିବାରକୁ ହ୍ଵାଟସଆପ୍‌ ମାଧ୍ୟମରେ ମୁତ୍ୟୁ ଘଟିଥିବା ଖବର ଜଣାଇଥିଲେ।...

ଫୋଟୋ - http://v.duta.us/VXHNHQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/vSCjSgAA

📲 Get Odisha News on Whatsapp 💬