ପ୍ରମିଳା ମଲ୍ଲିକ ହେବେ ସରକାରୀ ଦଳ ମୁଖ୍ୟ ସଚେତକ, ସୂର୍ଯ୍ୟ ପାତ୍ର ହେଇପାରନ୍ତି ବାଚସ୍ପତି!

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ଣରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି। ନୂତନ ସରକାରରେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପତ୍ରଙ୍କୁ ବାଚସ୍ପତି ପଦ ମିଳିପାରେ। ନବୀନ ନିବାସରୁ ମଙ୍ଗଳବାର ସନ୍ଧ୍ୟାରେ ଏନେଇ ଟେଲିଫୋନ୍‌ କଲ ଯାଇଥିବା ଜଣାପଡ଼ିଛି। ସେହିଭଳି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ବୋଲି ଜଣାପଡ଼ିଛି।

ଗଂଜାମ ଜିଲ୍ଲାର ଦିଗପହଣ୍ଡିରୁ ୭ ଥର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରେ ବସିପାରନ୍ତି ବୋଲି ସୂଚନା ମିଳିଛି। ଅଭିଜ୍ଞତା ଓ ବରିଷ୍ଠତାକୁ ଦୃଷ୍ଟିରେ ରଖି ସୂର୍ଯ୍ୟଙ୍କୁ ବାଚସ୍ପତି ପଦରେ ବସାଇବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି। ଏହାପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିରେ ସୂର୍ଯ୍ୟ ସମବାୟ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସୂର୍ଯ୍ୟ ପାତ୍ର ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କୁ ମାତ ଦେଇ ସପ୍ତମ ଥର ପାଇଁ ବିଧାନସଭାରେ ଏଣ୍ଟ୍ରି ମାରିଛନ୍ତି।

ଫୋଟୋ - http://v.duta.us/vNWq2AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/isepBwAA

📲 Get Odisha News on Whatsapp 💬