[odisha] - ଗୁଳିମାଡ଼ରେ ଯୁବ ବ୍ୟବସାୟୀ ଗୁରୁତର

ଜୟପୁର : ‌ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ କୋରାପୁଟ ଜିଲ୍ଲା କୋଟାପଡ଼ ଥାନା ଅନ୍ତର୍ଗତ ଘଟର୍ଲା ଗାଁରେ ଯୁବ ବ୍ୟବସାୟୀ ସତୀଶ ଗୁପ୍ତାଙ୍କୁ ଗୁଳିମାଡ଼ ହୋଇଛି। ସୌଭାଗ୍ୟ ବଶତଃ ଗୁଳି ମୁଣ୍ଡରେ ନବାଜି ବେକରେ ବାଜିଥିବା ବେଳେ ସତୀଶ ଗୁରୁତର ଆହତ ହୋଇଛନ୍ତି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିବା ପରେ ଛତିଶଗଡ଼ର ଜଗଦଲପୁର ମେଡିକାଲକୁ ନିଆଯାଇଛି। ପୂର୍ବରୁ ଶତ୍ରୁତା ରହିଥିବା ନେଇ କୁହାଯାଉଥିବା ବେଳେ କେଉଁ କାରଣରୁ ଶତ୍ରୁତା ରହିଥିଲା ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦୁର୍ବୃତ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗୁଳିମାଡ଼ର ଶିକାର ହୋଇଥିବା ସତୀଶ ଗୁପ୍ତାଙ୍କ ଘଟର୍ଲା ଗାଁରେ ଗୋଟିଏ ତେଜରାତି ଦୋକାନ ଅଛି। ଗତକାଲି ରାତିରେ ସେ ଖାଇ ସାରିବା ପରେ ନିଜ ଘରେ ଶୋଇଥିଲେ। ରାତି ପ୍ରାୟ ୧୧ଟାରେ ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଗାଁରେ ପହଞ୍ଚିଥିଲେ। ଶୋଇଥିବା ସତୀଶଙ୍କୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲେ। ତେବେ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ମୁଣ୍ଡରେ ନ ବାଜି ବେକକୁ ସାମାନ୍ୟ ଛୁଇଁ ଚାଲି ଯାଇଥିଲା। ଗୁଳି ଶବ୍ଦ ଏବଂ ସତୀଶଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେତିକି ବେଳକୁ ଦୁର୍ବୃତ୍ତମାନେ ବାଇକ ନେଇ ଫେରାର ହୋଇଯାଇଥିଲେ।...

ଫୋଟୋ - http://v.duta.us/pRuydQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/SAtq8wAA

📲 Get Odisha News on Whatsapp 💬