[odisha] - ବିଜେପୁର ଆସନ ଛାଡ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

ଭୁବନେଶ୍ୱର : ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଆସନ ଓ ବରଗଡ ଜିଲ୍ଲାର ବିଜେପୁର ଆସନ ମଧ୍ୟରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନକୁ ନିଜ ପାଖରେ ରଖିବେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ବିଜେପୁର ବିଧାୟକ ପଦରୁ ସେ ଯେ କୌଣସି ମୁହୂର୍ତରେ ଇସ୍ତଫା ଦେଇପାରନ୍ତି।

ତେବେ ବିଜେପୁର ଭୋଟରଙ୍କୁ ନବୀନ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ସେଥିରୁ ଓହରିବେ ନାହିଁ। ବିଧାୟକ କିଏ ବି ହେଉନା କାହିଁକି, ନବୀନ ଏହି ନିର୍ବାଚନମଣ୍ଡଳୀର ପ୍ରତ୍ୟକ୍ଷ ତଦାରଖ କରିବେ। ସଂପୃକ୍ତ ନିର୍ବାଚନମଣ୍ଡଳୀକୁ ଏକ ନମ୍ବର କରିବା ଲାଗି ଠୋସ୍ ପଦକ୍ଷେପ ନେବେ ସରକାର।

ଗୋଟିଏ ପଟେ ତାଙ୍କର ଉତ୍ତରାଧିକାରୀ କିଏ ହେବ ସେ ନେଇ ବିତର୍କ ଜାରି ରହିଥିବା ବେଳେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ନବୀନ ବିଜେଡି ଆଡକୁ ଆଙ୍ଗୁଠି ଉଠାଇଛନ୍ତି। ଏମିତି ସମୟରେ ମୁଖ୍ୟମନ୍ତ୍ରୀଙ୍କର ନିଷ୍ପତ୍ତି ପରୋକ୍ଷରେ ସୂଚାଇ ଦେଇଛି ଯେ ହିଞ୍ଜିଳି ଆସନରୁ ତାଙ୍କର ପୁତୁରା ଅରୁଣ ପଟ୍ଟନାୟକ ନିର୍ବାଚନ ଲଢିବେ ବୋଲି ଯେଉଁ ପ୍ରଚାର ଚାଲିଛି, ସେଥିରେ ସତ୍ୟତା କମ୍ ଅଛି।...

ଫୋଟୋ - http://v.duta.us/9WUGUAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/wZKsfAAA

📲 Get Odisha News on Whatsapp 💬