[odisha] - ମନ୍ତ୍ରିମଣ୍ଡଳ ତାଲିକାକୁ ଶେଷ ସ୍ପର୍ଶ, ସ୍ୱଚ୍ଛ ଓ ଦକ୍ଷ ମନ୍ତ୍ରିମଣ୍ଡଳ ପାଇଁ ପ୍ରୟାସ

ଭୁବନେଶ୍ୱର : ମନ୍ତ୍ରିମଣ୍ଡଳର ମୋଟାମୋଟି ତାଲିକା ପ୍ରସ୍ତୁତ ହୋଇଗଲାଣି। ପାଖାପାଖି ୩୦ଜଣଙ୍କ ନାମ ବଛାଯାଇଛି। ଆଠ ଜଣଙ୍କୁ ଛାଡିଦେଲେ ଏହି ତାଲିକାରେ ଅନେକ ନୂଆ ମୁହଁ ଦେଖାଯାଉଛି। ପୁରୁଣା ମନ୍ତ୍ରିମଣ୍ଡଳର ବହୁ କମ୍ ନେତାଙ୍କ ନାମ ସ୍ଥାନ ପାଇଛି। ପୂରା ନବକଳେବର ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ସରକାର ଗଠନ କରିବା ଲାଗି ଯୋଜନା କରିଛନ୍ତି। ଏସବୁ ନେତାମାନଙ୍କ ସଂପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ ଆରମ୍ଭ େହାଇଛି। ନିର୍ଦିଷ୍ଟ କିଛି ଅପରାଧରେ ସାମିଲ ଅଛନ୍ତି କି ନାହିଁ, ସେ ସଂକ୍ରାନ୍ତ ରିେପାର୍ଟ ସଂଗ୍ରହ ଚାଲିଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ତାଲିକାକୁ ଚୂଡାନ୍ତ ସ୍ପର୍ଶ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ସେତିକି ନୁେହଁ, ପୂରା ୨୧ଟି ଆସନ ପୂରଣ କରାଯିବ ନା ଗୋଟିଏ ଦୁଇଟି ଖାଲି ରହିବ, ତାହା ମଧ୍ୟ ଆସନ୍ତାକାଲି ନିର୍ଣ୍ଣୟ ହେବ।

ତେବେ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା େନତାମାେନ ଡାକରା ପାଇ ନୁହେଁ, ଉପରେ ପଡି ନିଜ ପଟୁ ଯାଇଥିଲେ ନବୀନ ନିବାସ। ନବୀନଙ୍କୁ ମୁହଁ େଦଖାଇ େଫରିଛନ୍ତି େଯମିତି ତାଙ୍କ କଥା ବିଚାର କରାଯାଏ।...

ଫୋଟୋ - http://v.duta.us/i23peQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/gmPI8gAA

📲 Get Odisha News on Whatsapp 💬