ଏକତରଫା ପ୍ରେମର କରୁଣ ପରିଣତି, ପ୍ରତିଶୋଧ ନେବାକୁ ଯାଇ ପ୍ରେମିକ ପ୍ରେମିକା ଉପରେ ପେଟ୍ରୋଲ ଢ଼ାଳି ଲଗାଇଥିଲା ନିଆଁ

  |   Koraputnews

କୋରାପୁଟ : ଗୋଟିଏ କଲେଜରେ ଏକାଠି ସାଥୀ ହୋଇ ପଢ଼ୁ ଥିବା ଛାତ୍ରଜଣକ ସେହି କଲେଜର ନାବାଳିକାକୁ ଏକତରଫା ଭଲ ପାଇ ବିବାହ କରିବାକୁ ଅଡ଼ି ବସିଥିଲା। କିନ୍ତୁ ଏହା ଜାଣିବା ପରେ ବିବାହ କରିବାକୁ ଛାତ୍ରୀ ଜଣଙ୍କ ମନା କରି ଦେବା ପରେ କ୍ରୋଧରେ ଅନ୍ଧ ହୋଇଯାଇଥିଲା ପ୍ରେମିକ ପ୍ରବର ଛାତ୍ର । ରାଗରେ ହିତାହିତ ଜ୍ଞାନ ହରାଇ ପେଟ୍ରୋଲ ଢାଳି ଛାତ୍ରୀଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲା। ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ନାବାଳକ କୋରାପୁଟ କୋର୍ଟରେ ଆତ୍ମସମର୍ପଣ କରିଛି।

ସୂଚନାଯୋଗ୍ୟ, ଉଭୟ ଛାତ୍ର ଓ ଛାତ୍ରୀ ସେମିଳିଗୁଡାର ଏକ ଘରୋଇ କଲେଜରେ ପଢୁଥିଲେ। ତେବେ ଛାତ୍ର ଜଣଙ୍କ ଛାତ୍ରୀଙ୍କ ଉପର ଶ୍ରେଣୀରେ ପଢୁଥିଲେ। ଦୁହିଁଙ୍କ ଘର ନନ୍ଦପୁର ଅଂଚଳରେ । ଛାତ୍ରୀ ଜଣଙ୍କ ସେମିଳିଗୁଡା ସହରରେ ଥିବା ଏକ ମେସ୍‌ରେ ଅନ୍ୟ ୪ ଜଣ ଛାତ୍ରୀଙ୍କ ସହ ରହୁଥିଲେ। ଏପଟେ ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲା ଉପର ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ର। ବାରମ୍ବାର ଦେଖା କରି ପ୍ରେମ ନିବେଦନ କରୁଥିଲା। ଏପରିକି ବିବାହ କରିବା ପାଇଁ ବାଧ୍ୟ କରୁଥିଲା। ମାତ୍ର ଛାତ୍ରୀ ଜଣଙ୍କ ତାଙ୍କ କଥାରେ ରାଜି ହୋଇ ନ ଥିଲେ। ଛାତ୍ରଙ୍କ ସହ କଥାବାର୍ତା କରୁଥିଲେ ମଧ୍ୟ ବିବାହ କରିବାକୁ ସଫା ସଫା ମନା କରି ଦେଇଥିଲେ।...

ଫୋଟୋ - http://v.duta.us/ZKxXRgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/oB-gOgAA

📲 Get Koraputnews on Whatsapp 💬