ପାଦେ ପାଦେ ବିପଦ : ନୟାଗଡ଼ ଜିଲ୍ଲାରେ ଏକ୍ସପାରି ସିଲିଣ୍ଡର୍‌ ବ୍ୟବହାର, ଦୋକାନ-ବଜାର ସବୁଠି ଘରୋଇ ସିଲିଣ୍ଡର୍‌

  |   Nayagarhnews

ନୟାଗଡ଼ : ବର୍ତ୍ତମାନ ଗାଁଠାରୁ ସହର ଯାଏଁ, ସବୁଠି ଲୋକମା‌ନେ ରୋଷେଇ କରିବା ପାଇଁ ଚୁଲି ଛାଡ଼ି ଗ୍ୟାସ ସିଲିଣ୍ଡର୍‌ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। କିନ୍ତୁ ଟିକିଏ ଅବହେଳା ଓ ଠକାମିର ଶିକାର ‌‌‌‌ହେ‌ଲେ, ଏହି ସିଲିଣ୍ଡର୍‌ ପ୍ରାଣଘ‌ାତକ ହେଉଛି। ଗତ ୨୫ ତାରିଖରେ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ବାହାଡ଼‌ାଝୋଲା ଅନ୍ତର୍ଗତ ଢିପିସାହିରେ ଗ୍ୟାସ୍ ସିଲିଣ୍ଡର ଦୁର୍ଘଟଣା ଘଟି ଚାରି ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି। ସେହିଭଳି ପ୍ରାୟ ଦୁଇ ବର୍ଷ ପୂର୍ବେ ନୟାଗଡ଼ ସଦର ବ୍ଲକ୍‌ ଖୁଣ୍ଟୁବନ୍ଧ ଅଞ୍ଚଳରେ ମଧ୍ୟ ଗ୍ୟାସ୍ ଟାଙ୍କି ଫାଟି ଦୁର୍ଘଟଣା ଘଟିଥିଲା। ସେତେବେଳେ ନିମ୍ନ ମାନର ସିଲିଣ୍ଡର୍‌ କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ମଧ୍ୟ ଆସିଥିଲା। ସଂପୃକ୍ତ ଗ୍ୟାସ ବିତରକ ସଂସ୍ଥାଠାରୁ କ୍ଷତିପୂରଣ ଦାବି କରି ପରିବାର ଲୋକ ନିରାଶ ହୋଇଥିଲେ। ନୟାଗଡ଼ ସହରଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବଧି ଶେଷ ପରେ ମଧ୍ୟ ଚଞ୍ଚକତା କର‌ଯାଇ ସିଲିଣ୍ଡର୍‌ଗୁଡ଼ିକୁ ଗ୍ରାହକଙ୍କୁ ଦିଆଯାଉଥିବା ଅଭିଯୋଗ ଆସିଛି। ଏଥି ସହିତ ରାସ୍ତାକଡ଼ଠାରୁ ଆରମ୍ଭ କରି କ୍ୟାବିନ୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟବସାୟୀମାନେ ଘରୋଇ ସିଲିଣ୍ଡର୍‌ ବ୍ୟବହାର କରୁଥିବା ଦେଖା‌ଯାଇଛି।...

ଫୋଟୋ - http://v.duta.us/rYLEZQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/8C_0DgAA

📲 Get Nayagarhnews on Whatsapp 💬