ମହାପ୍ରଭୁଙ୍କୁ ନେଇ ବେପାର! : ଟିଭି ପ୍ରସାରଣ ନେଇ ବିବାଦ ଜୋର୍‌ ଧରିଲା

ପୁରୀ : ପତିତଜନକୁ ଦର୍ଶନ ଦେବା ଲାଗି ବର୍ଷକରେ ଥରେ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି। ରଥାରୁଢ଼ ହୋଇ ଦର୍ଶନ ଦିଅନ୍ତି ଭକ୍ତଙ୍କୁ। ଯେଉଁଥି ପାଇଁ ପ୍ରତିବର୍ଷ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୁଏ। ଭିଡ଼ରେ ଦର୍ଶନରୁ ବଞ୍ଚିତ ହେଉଥିବା ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଭକ୍ତମାନେ ଟେଲିଭିଜନ୍‌ ପରଦାରେ ରଥଯାତ୍ରାର ସିଧା ପ୍ରସାରଣ ଦେଖି ଆତ୍ମତୃପ୍ତି ଲାଭ କରିଥାନ୍ତି। ବିଦେଶରେ ରହୁଥିବା ଭକ୍ତମାନେ ବି ସିଧା ପ୍ରସାରଣ ଜରିଆରେ ରଥଯାତ୍ରା ତଥା ରଥାରୁଢ଼ ମହାପ୍ରଭୁଙ୍କୁ ଅତି ନିକଟରୁ ଦେଖିବାର ସୌଭାଗ୍ୟ ଅର୍ଜନ କରନ୍ତି। ଭକ୍ତମାନଙ୍କର ଏହି ଅଧିକାରକୁ ଛଡ଼ାଇ ନେବାକୁ ଅପଚେଷ୍ଟା ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଟେଲିଭିଜନ୍ ପରଦାରେ ରଥଯାତ୍ରାର ସିଧା ପ୍ରସାରଣ ଉପରେ ରୋକ୍ ଲଗାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟି ପାଇଁ ଚାଲିଛି ଚକ୍ରାନ୍ତ। ନା ଏ ସଂପର୍କରେ ଗଜପତି ଜାଣିଛନ୍ତି, ନା ଶ୍ରୀମନ୍ଦିର ପରିଚାଳନା କମିଟି। କାହାକୁ କିଛି ନଜଣାଇ ବିନା ଅନୁମୋଦନ‌ରେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତି ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ବିଭିନ୍ନ ମହଲରେ ଏହି ଘଟଣାକୁ ତୀବ୍ର ବିରୋଧ କରାଯାଇଛି।...

ଫୋଟୋ - http://v.duta.us/btSO0gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/utBMSgAA

📲 Get Odisha News on Whatsapp 💬