ଅନିଶ୍ଚିତତାରେ ପୁରୀ ମେଡିକାଲ କଲେଜ : କଲେଜ ନିର୍ମାଣ ସରିଲାଣି, ଡାକ୍ତରଖାନା ପାଇଁ ହୋଇନି ଜମି ଚିହ୍ନଟ, ୨୦୨୦ରେ ନାମଲେଖା ଓ ପାଠପଢା ନେଇ ଆଶଙ୍କା

  |   Purinews

ପୁରୀ : ପୁରୀବାସୀଙ୍କୁ ସରକାର ଭଣ୍ଡାଇ ଦେଲେ କି? ବହୁ ପ୍ରତୀକ୍ଷିତ ମେଡିକାଲ କଲେଜକୁ ନେଇ ଏମିତି କିଛି ପ୍ରଶ୍ନ ସଂପ୍ରତି ଜିଲ୍ଲାବାସୀଙ୍କ ମନରେ ଉଙ୍କି ମାରିଛି। ହେବା ମଧ୍ୟ ସ୍ବାଭାବିକ। କାରଣ ଶିଳାନ୍ୟାସର ୫ ବର୍ଷ ପରେ କେବଳ ମେଡିକାଲ କଲେଜର କୋଠାକୁ ଛାଡ଼ିଦେଲେ ଆଉ କିଛି କାମ ଆଗକୁ ବଢ଼ିନି। ଅଥଚ ଏହି ସମୟ ମଧ୍ୟରେ ବାରିପଦା, କୋରାପୁଟ, ବଲାଙ୍ଗୀର, ବାଲେଶ୍ବରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସହ କିଛି ନୂଆ ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବି ବଢ଼ି ସାରିଲାଣି। ହେଲେ ପୁରୀ ମେଡିକାଲ କଲେଜ ସେଇ ୫ ତାଲା କୋଠା ନିର୍ମାଣରେ ସୀମିତ ରହିଛି। ଯାହାକୁ ନେଇ ଲୋକଙ୍କ ମନ‌ରେ ସଂଶୟ ଓ ଦ୍ବନ୍ଦ୍ବଭାବ ସୃଷ୍ଟି ହୋଇଛି।

ରାଜ୍ୟରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ପୀଠକୁ ଦୃଷ୍ଟିରେ ରଖି ସରକାର ପୁରୀରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ, ୨୦୧୫ ଜୁଲାଇ ୪ ତାରିଖ‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବାଲିଗୁଆଳି ସମଙ୍ଗ ମୌଜାରେ ଏହି ଅତ୍ୟାଧୁନିକ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡିକାଲ କଲେଜର କୋଠା ନିର୍ମାଣ ଏବେ ଶେଷ ‌ହୋଇଛି। ପାଞ୍ଚ ତାଲା ବିଶିଷ୍ଟ ଏହି ମେଡିକାଲ କଲେଜରେ ପ୍ରଶାସନିକ ଭବନଠୁ ଆରମ୍ଭ କରି ଅଧ୍ୟୟନ କକ୍ଷ, ହଷ୍ଟେଲ, ବିଶାଳ ଅଡିଟୋରିୟମ, ଲାବ୍, ଶବ ବ୍ୟବଚ୍ଛେଦ ଗୃହ ସମେତ ପାଠପଢା ଲାଗି ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି। ତେବେ ଏମ୍‌ସିଆଇର ସର୍ତ୍ତ ମୁତାବକ ମେଡିକାଲ କଲେଜ ପାଇଁ ସବୁଠୁ ବଡ ଆବଶ୍ୟକତା କୁହାଯାଉଥିବା ‌ଡାକ୍ତରଖାନା ପାଇଁ ଏଯାବତ ଜମି ଚିହ୍ନଟ ହୋଇ ପାରିନାହିଁ। ଏହା ହିଁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ନ ହେବାର ମୁଖ୍ୟ କାରଣ।...

ଫୋଟୋ - http://v.duta.us/pbT7-AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/18hsEAAA

📲 Get Purinews on Whatsapp 💬