ଆନାଟୋମି ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ବିବାଦ ; ସ୍ୟାଟ୍‌ଙ୍କ ଅଙ୍କୁଶ, ପକ୍ଷ ରଖିବାକୁ ଓପିଏସସିକୁ ନିର୍ଦ୍ଦେଶ

  |   Cuttacknews

କଟକ : ଆନାଟୋମି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପ୍ରସଂଗକୁ ନେଇ ଦାୟର ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆନାଟୋମି ବିଭାଗରେ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ସଂପର୍କିତ ଓପିଏସସିର ୨୦୧୯, ଜୁନ୍ ୭ର ସୁପା‌ରିଶ ଆଧାରେ କୌଣସି ନିଯୁକ୍ତି ନିର୍ଦ୍ଦେଶ ପ୍ରତିପକ୍ଷ ନମ୍ବର-୩ଙ୍କ ସପକ୍ଷରେ ଦିଆଯାଇ ପାରିବ ନାହିଁ ବୋଲି ସ୍ୟାଟ୍ ଅନ୍ତରୀଣ ନି‌ର୍ଦ୍ଦେଶ ଦେଇଛନ୍ତି। ସ୍ୟାଟ୍ କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ଞାନରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ସ୍ମିତା ପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ବିତୀୟ ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଓପିଏସସି ସଚିବ,ଏସ୍.ପ୍ରଧାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି।...

ଫୋଟୋ - http://v.duta.us/3hx4FwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/SQ8tTgAA

📲 Get Cuttacknews on Whatsapp 💬