ଜ୍ବରରେ ଥରୁଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରି ତେଲ

  |   Purinews

ପୁରୀ : ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି। ଅଣସର ପିଣ୍ଡିରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କୁ ଜ୍ବରରୁ ମୁକ୍ତି ପାଇଁ ଚାଲିଛି ଗୁପ୍ତନୀତି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ‌ସେବକମାନଙ୍କ ଦ୍ବାରା ଶାସ୍ତ୍ରାନୁମୋଦିତ ଚିକିତ୍ସା ହୋଇଥାଏ। ବିଶ୍ୱାବସୁ ତଥା ବିଦ୍ୟାପତିଙ୍କ ବଂଶଧର (ଦଇତା ସେବକ)ମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାନ୍ତି। ପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି କରାଯାଇଛି।

ଚତୁର୍ଦ୍ଧା ମୂର୍ତିଙ୍କ ଶ୍ରୀଅଙ୍ଗରେ ଏହି ତେଲ ମର୍ଦ୍ଦନ ପରେ ମହାପ୍ରଭୁ ସୁସ୍ଥ ହେବେ‌ ଏବଂ ନବ‌ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥି ପାଇଁ ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ଯତ୍ନ ସହାକାରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଥିବା ବେଳେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ବଡ଼ ଦେଉଳରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ବରକନ୍ଦାଜଙ୍କ ଜରିଆରେ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା। ଏହି ବାର୍ତ୍ତା ପାଇବା ପରେ ବଡ ଓଡ଼ିଆ ମଠ ମହନ୍ତଙ୍କ ସହ ଅନ୍ୟମାନେ ମହୌଷଧିଯୁକ୍ତ ଫୁଲୁରି ତେଲକୁ ବଡ ଓଡ଼ିଆ ମଠରୁ ଶୋଭାଯାତ୍ରାରେ ଶ୍ରୀମନ୍ଦିର ନେଇଥିଲେ।...

ଫୋଟୋ - http://v.duta.us/kFz9gwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/1cCinAAA

📲 Get Purinews on Whatsapp 💬