ମୃତ୍ୟୁ ବିଜୟିନୀ ସୁବାସିନୀ : ଅଜଣା ରୋଗରେ ପୀଡ଼ିତ ଥିଲେ, ସହାୟତା କଲା ନବୋଦୟ ପୁରାତନ ଛାତ୍ର ସଂଘ , ବର୍ଷ ପରେ ସ୍କୁଲକୁ ଫେରିଲେ

  |   Ganjamnews

ପାତ୍ରପୁର : ଶେଷରେ ମୃତ୍ୟୁ ଉପରେ ବିଜୟୀ ହୋଇଛନ୍ତି ଗ˚ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତ ଅଧୀନ ଶରଧାପୁର ଗ୍ରାମର ଜଟିଆ ଦଳେଇ ଓ କୁମାରୀଙ୍କ ଝିଅ ସୁବାସିନୀ। ବାପାମା’ଙ୍କ ସ୍ବପ୍ନ ସାକାର କରିବାକୁ ସେ ପୁଣି ବିଦ୍ୟାଳୟକୁ ଯିବାକୁ ଘରୁ ଗୋଡ଼ କାଢିଛନ୍ତି। ଅଜଣା ରୋଗରେ ପଡ଼ି ଦୁଇ ବର୍ଷ ହେଲା ସୁବାସିନୀଙ୍କ ପାଠ ପଢାରେ ଡୋରି ବାନ୍ଧି ଦିଆ ଯାଇଥିଲା। ସେତେବେଳେ ସେ ନବୋଦୟ ବିଦ୍ୟାଳୟର ଛାତ୍ରୀ ଥିଲେ। ଅର୍ଥାଭାବରୁ ତାଙ୍କର ଚିକିତ୍ସା ହୋଇପାରୁ ନଥିଲା। ଏ ନେଇ ଗତବର୍ଷ ୨୩ ତାରିଖରେ ‘ସମ୍ବାଦ’ରେ ସୁବାସିନୀଙ୍କ ସଂଘର୍ଷମୟ ଜୀବନ, ପରିବାରର ଦାରିଦ୍ର୍ୟ ଉପରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ସହାୟତାର ହାତ ବଢାଇଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ଏକ ମାସ କାଳ ସୁବାସିନୀଙ୍କ ସମସ୍ତ ପ୍ରକାର ଚିକିତ୍ସା ଦାୟିତ୍ବ ବହନ କରିବା ସହ ପୁରାତନ ଛାତ୍ର ସଂଘ ଏଥିପାଇଁ ୮୦ ହଜାର ଟଙ୍କା ସହାୟତା କରିଥିଲେ। ଏହାପରେ ଘରକୁ ଆସି ସେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ଔଷଧ ଓ ଇଞ୍ଜେକସନ୍ ନେବା ପରେ ସୁସ୍ଥ ହୋଇ ଉଠିଛନ୍ତି। ଆଉ ଗାଁ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢିବାକୁ ସୁବାସିନୀଙ୍କ ନାମ ଲେଖା ଯାଇଛି।...

ଫୋଟୋ - http://v.duta.us/hiBXgwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/j2fBUQAA

📲 Get Ganjamnews on Whatsapp 💬