ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ , କହିଲେ ଭିତିରିଆ ନୁହେଁ ହୋଇଛି ଖୋଲା ବୁଝାମଣା

ଭୁବନେଶ୍ବର: ପ୍ରଶାସକରୁ ବ୍ୟବସାୟୀ ଓ ବ୍ୟବସାୟୀରୁ ସାଂସଦ ହେବାକୁ ଯାଉଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଇଚଇ । ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଜେପି-ବିଜେଡି ଏବେ ଏକାଠି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ପ୍ରାର୍ଥୀତ୍ୱ ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ବି ବିଜେପି ନେତାଙ୍କ ପ୍ରସ୍ତାବକୁ ମାନିନେଇ ସମର୍ଥନ ଜଣାଇବେ ବୋଲି ଘୋଷଣା କରିଛନ୍ତି , ଯାହାକୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ଏହି ପ୍ରସଙ୍ଗ ନେଇ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଆଜି ଖୋଲାଖୋଲି ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡ଼ିଶାରେ କାର୍ଯ୍ୟଦକ୍ଷତା ଦେଖାଇ ସାରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଙ୍ଗେ କାମ କରିବାର ସୁଯୋଗ ମଧ୍ୟ ତାଙ୍କୁ ମିଳିଛି । ଅଶ୍ୱିନୀଙ୍କ ଦୃଷ୍ଟିକୋଣ ଓ କାର୍ଯ୍ୟଦକ୍ଷତା ରାଜ୍ୟକୁ ଓ ଦଳ ପାଇଁ ସହାୟକ ହେବ । ଓଡ଼ିଶାରୁ ଜଣେ ରାଜ୍ୟସଭା ପ୍ରାର୍ଥୀ ମିଳିବ । ରାଜ୍ୟର ବିକାଶ ପାଇଁ ଏପରି ବୁଝାମଣା ହୋଇଛି । ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ ।...

ଫୋଟୋ - http://v.duta.us/WFZtEAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/UC2beAAA

📲 Get Odisha News on Whatsapp 💬