ରନ୍ତଲେଇ ଧାନମଣ୍ଡି କେଳେଙ୍କେରୀ : ଅଧା କୋଟିର ହରିଲୁଟ୍!

  |   Anugolnews

ଅନୁଗୁଳ : ସୋସାଇଟି ସମ୍ପାଦିକା ସାଗରିକା ସାହୁ। ଚାଷୀ ଆଇଡି କେସିସି-୧୨୧୬୦୦୮୯୦। ସାତ ଥରରେ ମଣ୍ଡିରେ ଧାନ ବିକ୍ରି କରିଛନ୍ତି ୩୪୬.୮୭କୁଇଣ୍ଟାଲ୍‌। ବାପା ପ୍ରଫୁଲ୍ଲ ସାହୁ। ଚାଷୀ ଆଇଡି କେସିସି-୧୨୧୬୦୦୨୮୩। ଆଠ ଥରରେ ତାଙ୍କ ନାଁରେ ୩୭୧.୦୬କୁଇଣ୍ଟାଲ୍‌ ଧାନ ବିକ୍ରି ହୋଇଛି। ବାପ-ଝିଅଙ୍କ ଏକାଉଣ୍ଟ୍‌ଠୁ ବଳି ଯାଇଛନ୍ତି ଭଉଣୀ ସୋନାଲିକା ସାହୁ। ଚାଷୀ ଆଇଡି କେସିସି-୧୨୧୬୦୦୯୦୯ରେ ତାଙ୍କ ନାଁରେ ବିକ୍ରି ହୋଇଛି ୪୦୦.୯୧କୁଇଣ୍ଟାଲ୍। ମା ଚତୁରୀ ସାହୁ ସ୍ବାମୀ ଏବଂ ଦୁଇ ଝିଅଙ୍କଠାରୁ ବଳି ସର୍ବାଧିକ ୪୧୩.୦୨କୁଇଣ୍ଟାଲ୍ ଧାନ ବିକ୍ରି କରିଛନ୍ତି। ଫାର୍ମର ଆଇଡି ଇପିଆଇସି-ଏଲ୍‌କ୍ୟୁଏନ୍‌ ୧୮୪୩୯୪୫ରେ ସେ ନଅ ଥର ଧାନ ବିକ୍ରି କରିଥିବା ଟ୍ରାନଜିଟ୍‌ ପାସ୍‌ ରେଜିଷ୍ଟର ତଥ୍ୟ ବୟାନ କରୁଛି। ମୋଟ ଉପରେ ହିସାବ କଲେ, ଅନୁଗୁଳ ବ୍ଲକ ରନ୍ତଲେଇ ସୋସାଇଟି ସମ୍ପାଦିକାଙ୍କ ଏହି ଚାରି ଜଣିଆ ପରିବାର ୧୫୩୧କୁଇଣ୍ଟାଲ୍ ଧାନ ବିକ୍ରି କରିଛନ୍ତି। ଗତ ଖରିଫ୍‌ରେ ସୋସାଇଟି ସମୁଦାୟ ଯେତିକି ଧାନ ସଂଗ୍ରହ କରିଛି, ତା’ର ପ୍ରାୟ ୧୦ପ୍ରତିଶତ ଆସିଛି କେବଳ ସମ୍ପାଦିକାଙ୍କ ପରିବାରରୁ। ଏକା ସମ୍ପାଦିକା ନୁହଁନ୍ତି, କମ୍ପ୍ୟୁଟର ବିଭାଗ କର୍ମଚାରୀ, ପିଅନ, ତାଙ୍କ ଆତ୍ମୀୟ ସହୋଦରଙ୍କ ନାଁରେ ଯେତିକି ଧାନ ବିକ୍ରିବଟା କରିଛନ୍ତି ତାହା କେବଳ ଚକିତ କରୁ ନାହିଁ, ବରଂ ସୋସାଇଟି ସଭାପତି କୃଷ୍ଣଚନ୍ଦ୍ର ସାହୁ ଆଣିଥିବା ୧୩ହଜାର କୁଇଣ୍ଟାଲ୍ ଧାନ କେଳେଙ୍କାରୀ ଅଭିଯୋଗକୁ ଆହୁରି ଦୃଢ଼ୀଭୂତ କରୁଛି। ସଭାପତି ଶ୍ରୀ ସାହୁଙ୍କ ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ରନ୍ତଲେଇ ସୋସାଇଟିର ଧାନ ମଣ୍ଡି ଘୋଟାଲା ଅଧା କୋଟିରୁ କମ୍‌ ହେବ ନାହିଁ ବୋଲି ଆକଳନ କରାଯାଉଛି।...

ଫୋଟୋ - http://v.duta.us/z9cyywAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/UPRP5QAA

📲 Get Anugolnews on Whatsapp 💬