ଦୁର୍ଘଟଣା ନେଲା ୭ ଜୀବନ : ଟ୍ରକ୍ ଧକ୍କାରେ କାର୍ ଚୂର୍‌ମାର୍ ୩ ବରଯାତ୍ରୀ ମୃତ, ବାହୁଡ଼ାରେ ରଥ ଦେଖି ଫେରିଲା ବେଳେ ୪ ମୃତ

  |   Anugolnews

କଣିହାଁ/ପବିତ୍ରନଗର : ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ନାଇକାନାଳୀ ଗାଁ ନିକଟ ୧୪୯ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସାଢ଼େ ୪ଟା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ବୟଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତାଳଚେରର ମଣ୍ଡାପାଳ ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୃତବ୍ୟକ୍ତିମାନେ ହେଲେ କାର୍‌ ମାଲିକ କ୍ରିଷ୍ଣା କୁମାର ସାହୁ(୨୫), ଧନୁର୍ଜୟ ନାୟକ (୨୨)ଓ ଭୂପେଶ ସାହୁ (୨୪)ଏବଂ ଆହତ ବ୍ୟକ୍ତିମାନେ ହେଲେ ସାଗର ବାରିକ(୩୪) ଓ ବିକାଶ ମଙ୍ଗରାଜ(୨୪)। ସେମାନେ ସମସ୍ତେ ରାଉରକେଲା ଜଳଦା ଅଞ୍ଚଳର ବୋଲି ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୧ ତାରିଖ ଦିନରେ ରାଉରକେଲା ସେକ୍ଟର-୨୨ ଜଳଦା ଅଂଚଳ ନିବାସୀ ବିକାଶ ମଙ୍ଗରାଜଙ୍କ ବଡ଼ଭାଇ ମାନସ ମଂଗରାଜ ବରାତି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆକୁ ବାହାରି ଥିଲା। ୧୨ ତାରିଖ ରାତିରେ ବିକାଶ ତାଙ୍କ ସାଂଗମାନଙ୍କ ସହିତ ଖୋର୍ଦ୍ଧାରୁ ରାଉରକେଲା ଅଭିମୁଖେ ମାରୁତି କାର୍(ଓଡ଼ି ୧୪ଏଚ -୩୪୫୩)ରେ ବାହାରି ଥି‌େଲ। ଭୋର ପାଖାପାଖି ୪ଟା ବେଳେ ସମଲ ଥାନା ନାଇକାନାଳୀ ଗାଁ ନିକଟରେ ଏକ ଟ୍ରକ୍ ସହିତ ମୁହାଁମୁହଁ ଧକ୍କା ହୋଇଥିଲା। ଦ୍ରୁତଗତିରେ ଆସୁଥିବା ଟ୍ରକ ଧକ୍କାରେ କାରଟି ଚୂରମାର୍ ହୋଇଯାଇଥିଲା। କାରରେ ବସିଥିବା କ୍ରିଷ୍ଣା, ଧନୁର୍ଜୟ ଓ ଭୂପେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସାଗର ଓ ବିକାଶ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଗାଡି ନେଇ ସେଠାରୁ ପଳାଇଯାଇଥିଲା।...

ଫୋଟୋ - http://v.duta.us/4PhsQAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/AjRX3AAA

📲 Get Anugolnews on Whatsapp 💬