୨ ଜଣଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା ମାମଲା : ଅଭିଯୁକ୍ତଙ୍କ ତଲାସରେ ପୁଲିସ୍‌ର ୨ ସ୍ବତନ୍ତ୍ର ଟିମ୍‌, ଟ୍ରକ୍‌ର ବି ପତ୍ତା ମିଳୁନି

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁଶାପଲ୍ଲୀ ଛକ ଠାରେ ଟ୍ରକ ଚଢ଼ାଇ ୨ ଜଣକୁ ହତ୍ୟା କରାଯିବା ଘଟଣାକୁ ୪୮ ଘଣ୍ଟା ବିତିଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଧରାପଡ଼ିନାହାନ୍ତି। ଧକ୍କା ଦେଇ ହତ୍ୟା କରିବା ଲାଗି ବ୍ୟବହୃତ ଟ୍ରକ୍‌ର ପତ୍ତା ବି ପୁଲିସକୁ ମିଳିପାରି ନାହିଁ। ଏପଟେ ପରିବାର ‌ଲୋକେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ସନ୍ଧାନ ପାଇପାରି ନାହିଁ। ଏଥିପାଇଁ ୨ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।

ଏ ସମ୍ପର୍କରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ମିଶ୍ର କହିଛନ୍ତି ଯେ, ଏହି ମାମଲା ତଦନ୍ତ ଚାଲିଛି, ଏବଂ ଅଭିଯୁକ୍ତଙ୍କ ତଲାସ ପାଇଁ ଦୁଇଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ତାଙ୍କ ନିଜ ତତ୍ବାବଧାନରେ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଓ ବୁଗୁଡା ଥାନା ଅଧିକାରୀ ସୁଧାଂଶୁ ମାନ୍ଧାତାଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ‌ଅଭିଯୁକ୍ତଙ୍କୁ ‌ଖୋଜିବାରେ ଜୋର୍‌ସୋର୍‌ ଉଦ୍ୟମ ଚଳାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।...

ଫୋଟୋ - http://v.duta.us/JL4DDgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/36BC4AAA

📲 Get Odisha News on Whatsapp 💬