ଗୃହ ପରିଚାଳନା ନେଇ ରାଗରୁଷା, ମୁହାଁମୁହିଁ

ଭୁବନେଶ୍ୱର : କେତେବେଳେ କଂଗ୍ରେସ ଦଳର ବିଧାୟକ ରାଗିଲେଣି, ଆଉ କେତେବେଳେ ରୁଷୁଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ। କେତେବେଳେ କଂଗ୍ରେସ ବିଧାୟକ ଦଳ ନେତା ଓ ବାଚସ୍ପତିଙ୍କ ମଧ୍ୟରେ କଥା କଟାକଟି ହେଉଛି, ପୁଣି କେତେବେଳେ ସରକାରୀ ଦଳ ବିଧାୟକ ବି ନିଜ ମନର ଅସନ୍ତୋଷ ଝାଡୁଛନ୍ତି ବାଚସ୍ପତିଙ୍କ ଉପରେ। ଏହି ଅଧିବେଶନରେ ବାଚସ୍ପତି ଯେତିକି ରୁଲିଂ ଦେଲେଣି, ତାହା ବୋଧହୁଏ ବିଧାନସଭାରେ ପୂର୍ବରୁ କେବେ ଦେଖାଯାଇନଥିବ। ସରକାର ଓ ଶାସକ ଦଳ ଅସ୍ତବ୍ୟସ୍ତ ହୋଇଗଲେଣି।

ଏମିତି ଢଙ୍ଗରେ ଷୋଡ଼ଶ ବିଧାନସଭାର ପ୍ରଥମ ତଥା ବଜେଟ୍‍ ଅଧିବେଶନ ଦିନକୁ ଦିନ ରୋଚକ ସ୍ଥିତି ଆଡ଼କୁ ଯାଉଛି। ଆଜି ବି ଗୃହରେ ଏଭଳି ପରିସ୍ଥିତି ଦେଖାଯାଇଥିିଲା। ଆଉ କେହି ନୁହେଁ, ଖୋଦ୍‍ ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଶୂନ୍ୟକାଳରେ ବାଚସ୍ପତିଙ୍କ ଉପରେ ରାଗି ଯାଇଥିିଲେ। କହିବାକୁ ନ ଦିଆଯିବା ପର୍ଯ୍ୟନ୍ତ ସେ ଠିଆ େହାଇ ରହିବେ େବାଲି ଗୃହରେ ଜିଦ୍‍ ଧରିଥିଲେ। େସହିପରି ମୁଲତବୀ ଆେଲାଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଅଭିଭାଷଣ ଅଧାରୁ ବନ୍ଦ କରିଦେଲେ। ସେ କହିଲେନି କି ଦଳର ଆଉ କେହି କହିଲେନି। କଥା କେବଳ ଏତିକିରେ ସୀମିତ ନଥିଲା, ମନ୍ତ୍ରୀ ଉତ୍ତର ଦେଉନାହାନ୍ତି ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୃହ ପରିଚାଳନା େନଇ େଖାଲା ଅସନ୍ତୋଷ ବ୍ୟକ୍ତ କରିବାବେଳେ େରାକଠୋକ୍ ଜଣାଇ ଦେଇଥିଲେ ଯେ ବୟସ ଥିଲେ, ସେ ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ପୁସ୍ତିକାକୁ ଚିରି ଫିଙ୍ଗି ଦେଇଥାନ୍ତେ। ବାଚସ୍ପତି ସାମ୍ୱିଧାନିକ କ୍ଷମତା ପ୍ରୟୋଗ କରନ୍ତୁ ବୋଲି ସେ ପ୍ରବର୍ତାଇଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସାଲୁଜା ବି ଶୂନ୍ୟକାଳରେ କଡ଼ା ସମାଲୋଚନା କରିଥିଲେ।...

ଫୋଟୋ - http://v.duta.us/of3ycAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/DuKI4AAA

📲 Get Odisha News on Whatsapp 💬