‘ଗାନ୍ଧିଜୀଙ୍କୁ ଭୁଲିଯିବା’ ନେଇ ବିଧାନସଭାରେ କ୍ଷୋଭ; ମହାତ୍ମାଙ୍କ ୧୫୦ତମ ଜୟନ୍ତୀ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ସରକାର ଭୁଲିଗଲେଣି ବୋଲି କ୍ଷୋଭ ପ୍ରକାଶ କରି ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀ ଅବସରରେ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଗାନ୍ଧିଜୀଙ୍କ ହତ୍ୟାକାରୀକୁ ଗୌରବାନ୍ଵିତ କରିବା ଏବଂ ଗାନ୍ଧିଜୀଙ୍କୁ ଭୁଲିଯିବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ନେଇ ଆଜି ଗୃହରେ ବାଦାନୁବାଦ ସୃଷ୍ଟି ହୋଇଥିଲା।

‘ସମ୍ବାଦ’ରେ ପ୍ରକାଶିତ ‘ଗାନ୍ଧୀଙ୍କୁ ଭୁଲିଗଲେ’ ଶୀର୍ଷକ ଖବରକୁ ଉଲ୍ଲେଖ କରି ଶୂନ୍ୟକାଳରେ ଶ୍ରୀ ମିଶ୍ର କହଥିିଲେ ଯେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେ ଭୁଲିଗଲୁଣି। ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟିି ଗଠିତ ହୋଇଥିଲା। କିନ୍ତୁ ଏହି କମିଟିର ବୈଠକରେ ଗୃହୀତ ନିଷ୍ପତ୍ତି କାର୍ଯ୍ୟକାରୀ ହେଲା ନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଶାସନରେ ଗାନ୍ଧୀଙ୍କ ସହିଦ ଦିବସରେ ହତ୍ୟାକାରୀ ନାଥୁରାମ ଗଡ୍‌ସେକୁ ପୂଜା କରାଯାଉଛି ଏବଂ ତାଙ୍କ ଫଟୋକୁ ଗୁଳି ମରାଯାଉଛି। କେନ୍ଦ୍ରରେ ଯେଉଁ ଦଳ ଶାସନ କରୁଛି ସେହି ଦଳର ଅନେକ ସଦସ୍ୟ ଗାନ୍ଧିଜୀଙ୍କ ବିଷୟରେ ବିବାଦୀୟ ଟିପ୍ପଣୀ ଦେଉଛନ୍ତି ବୋଲି କଂଗ୍ରେସ ନେତା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।...

ଫୋଟୋ - http://v.duta.us/YgXdqQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/uHv1oQAA

📲 Get Odisha News on Whatsapp 💬