ପୁଲିସ କବ୍‌ଜାରେ ‘ଷ୍ଟୋନ୍‌ମ୍ୟାନ୍‌’! : ଖବରୀ ସୂଚନା ଆଧାରରେ ଜିଲ୍ଲା ବାହାରୁ ଧରିଲା ପୁଲିସ

କଟକ : କଟକରେ ୨୪ ଘଣ୍ଟା ଭିତରେ ୩ ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ‘ଷ୍ଟୋନ୍‌ମ୍ୟାନ’ ଶେଷରେ ପୁଲିସ ହାତରେ ଧରାପଡ଼ିଛି। କଟକ କମିସନରେଟ୍‌ ପୁଲିସ ଏକ ଖବରୀ ଜରିଆରେ ‘ଷ୍ଟୋନ୍‌ମ୍ୟାନ୍‌’ର ଠିକଣା ପାଇବାରେ ସଫଳ ହେବା ପରେ ତା’କୁ ଜିଲ୍ଲା ବାହାରୁ ଧରାଯାଇଛି ଏବଂ ଏକ ଗୋପନ ଜାଗାରେ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ତେବେ ଏ ନେଇ ପୁଲିସ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆ ଯାଇନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ନରପିଶାଚ ରୂପୀ ‘ଷ୍ଟୋନ୍‌ମ୍ୟାନ’ର ବୟସ ୪୦ ବର୍ଷ ଭିତରେ। କିଛି ଦିନ ତଳେ କଟକରେ ସେ ତିନି ଜଣଙ୍କୁ ଚାପଡ଼ କିମ୍ବା ଭୁଜାଲିରେ ହାଣି ହତ୍ୟା କରିଥିଲା। ପ୍ରଥମେ ଗତ ୨୩ ତାରିଖ ଦିନ ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡ ନିକଟରେ ଥିବା ଏକ ଚା’ ଦୋକାନ ନିକଟରୁ ପ୍ରଥମେ ଗୋଧି କାଳିଆ ଓରଫ କୋଦଣ୍ତ ରାଉତର ମୃତଦେହ ମିଳିଥିଲା। ଗୋଧିଙ୍କୁ ଗଳକାଟି ପଥରରେ ଛେଚି ହତ୍ୟା କରାଯାଇଥିଲା। ଏହାର ୨୪ଘଣ୍ଟା ମଧ୍ୟରେ ସମାନ ଢଙ୍ଗରେ ଆଉ ଦୁଇ ଜଣ ନିରାଶ୍ରୟଙ୍କୁ ଓଏମ୍‌ପି ଓଭରବ୍ରିଜ୍‌ ତଳେ ଏବଂ ପାରଳା ମହାରାଜ ଉଦ୍ୟାନରେ ହତ୍ୟା କରାଯାଇଥିଲା। ୨୪ତାରିଖ ସକାଳୁ ପୁଲିସ ଓଏମ୍‌ପିରୁ ମୃତଦେହ ଜବତ କରିଥିଲା। ଦୁଇ ଦିନରେ ଏହି ସାଇକୋ କିଲର୍‌ ତିନିଟି ହତ୍ୟା କରିବାରୁ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। କଟକ ଓ ଭୁବନେଶ୍ବରରେ ଏହାକୁ ନେଇ ଆତଙ୍କ ଖେଳି ଯାଇଥିବାବେଳେ ଉଭୟ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ଏବଂ ଷ୍ଟୋନ୍‌ମ୍ୟାନ୍‌କୁ ଧରିବା ଲାଗି ଦିନରାତି ଏକ କରି ଦେଇଥିଲା।...

ଫୋଟୋ - http://v.duta.us/mRclQwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Xsv0lgAA

📲 Get Odisha News on Whatsapp 💬