୬ ବର୍ଷ ବିତିଲା, ଛାତ୍ରୀ ଦୁଷ୍କର୍ମ ମାମଲାର ଆରମ୍ଭ ହୋଇନି ଶୁଣାଣି ; ନ୍ୟାୟ ଅପେକ୍ଷାରେ ୩୧୮ ପୋକ୍ସୋ ମାମଲା

ସମ୍ବଲପୁର : ଅନୁଗୁଳ ଶିଶୁ ଦୁଷ୍କର୍ମ ଘଟଣାରେ ୬ ମାସ ମଧ୍ୟରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ହୋଇଛି। ଏଥି ପୂର୍ବରୁ ସମ୍ବଲପୁର ଜିଲ୍ଲା ଶାସନ ଗଣଦୁଷ୍କର୍ମ ମାମଲାରେ ମାତ୍ର ଗୋଟିଏ ମାସ ମଧ୍ୟରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପକ୍ସୋ (ଯୌନ ଶୋଷଣରୁ ଶିଶୁ ସୁରକ୍ଷା) ଆଇନ ଅନ୍ତର୍ଗତ ଏହିସବୁ ମାମଲାରେ ତ୍ବରିତ ନ୍ୟାୟ ପ୍ରଦାନ ସମଗ୍ର ରାଜ୍ୟ ପାଇଁ ଦୃଷ୍ଟାନ୍ତମୂଳକ ହୋଇଛି। ଅନ୍ୟପକ୍ଷରେ ୬ ବର୍ଷ ବିତି ସାରିଥିଲେ ସୁଦ୍ଧା ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅନୁସୂଚିତ ଜାତି-ଜନଜାତି ସ୍କୁଲ ଛାତ୍ରୀ ଯୌନ ଶୋଷଣ ମାମଲାର ଶୁଣାଣି ଆରମ୍ଭ ହୋଇନାହିଁ। ଚର୍ଚିତ ନକ୍ସାପାଲି ବାଳାଶ୍ରମ ନାବାଳିକା ଯୌନ ନିର୍ଯାତନା ମାମଲାର ଶୁଣାଣି ଆରମ୍ଭ ହୋଇଥିଲେ ମଧ୍ୟ ରାୟ ପ୍ରକାଶ ପାଇନାହିଁ।

ପକ୍ସୋ ଅନ୍ତର୍ଗତ ୬ ବର୍ଷରେ ୧୪ ମାମଲା ସମେତ ସମୁଦାୟ ୩୧୮ ମାମଲା ଏଡିଜେ କୋର୍ଟରେ ବିଚାରାଧୀନ ରହିଛି। ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବି ନେଇ ସେପ୍ଟେମ୍ବର ମାସରୁ ଶୁଣାଣି ବନ୍ଦ ରହିଥିବାରୁ ଏହି ମାମଲାଗୁଡ଼ିକରେ ଅଭିଯୋଗକାରୀଙ୍କୁ କେବେ ନ୍ୟାୟ ମିଳିବ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।...

ଫୋଟୋ - http://v.duta.us/2qu_zwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ypL_FQAA

📲 Get Odisha News on Whatsapp 💬