କଟକ: ନିର୍ତାର ନିର୍ଦ୍ଦେଶକଙ୍କ ଗାଡ଼ି ଉପରକୁ ବୋମା ଓ ଗୁଳିମାଡ ଘଟଣାରେ ୫ ଅଭିଯୁକ୍ତ ଗିରଫ

  |   Cuttacknews

କଟକ: କଟକ ଜିଲ୍ଲାର ଓଲଟପୁରସ୍ଥିତ ଏସ୍‌ଭି ନିର୍ତାରର ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସଙ୍କ ଉପରକୁ ଆକ୍ରମଣ ଘଟଣାରେ ଓଲଟପୁର ପୁଲିସ ସେମାବାର ମୁଖ୍ୟ ଅଭିଯୁକ୍ତ ସହ ୫ଜଣଙ୍କୁ ଗିରଫ କରିଛି। ଗତ ୩ ତାରିଖରେ ନିର୍ତାର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାଶଙ୍କ ଉପରକୁ ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ସୂଚନାଯୋଗ୍ୟ ଯେ ଡା. ଦାସ ଅଫିସ୍‌ କାର୍ଯ୍ୟ ସାରି ଇଣ୍ଡିକା କାର (ଓଡି୦୨ଏଜେ୫୨୫୬)ରେ କଟକସ୍ଥିତ ଘରକୁ ଫେରୁଥିଲେ। ସବୁଦିନ ଭଳି ସେ ଗାଡ଼ିର ପଛପଟ ସିଟ୍‌ରେ ବସିଥିଲେ। ତେବେ ଫୁଲନଖରା-ନିଆଳି ରାସ୍ତାର କଣ୍ଟାପଡ଼ା ନିକଟ କଅଁରପୁର ବାଙ୍କ ନିକଟରେ ତାଙ୍କ କାର ଉପରକୁ ଆକ୍ରମଣ ହୋଇଥିଲା। ତାଙ୍କ କାରକୁ ପିଛା କରି ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପ୍ରଥମେ ପଛପଟୁ ବୋମାମାଡ଼ ପରେ ଗୁଳିମାଡ଼ କରିଥିଲେ। ଫଳରେ ଗାଡ଼ିର ପଛପଟ କାଚ ଭାଙ୍ଗି କାଚ ସବୁ ସିଟ୍‌ ଉପରେ ପଡ଼ିଥିଲା। ଏପରିକି ଅତି ପାଖରୁ ଗୁଳିମାଡ଼ କରୁଥିବାବେଳେ ଦୁବୃର୍ତ୍ତଙ୍କ ହାତରୁ ବନ୍ଧୁକ ଖସି ଗାଡ଼ିରେ ପଡ଼ିଥିଲା। ବନ୍ଧୁକ ଖସିପଡ଼ିବା ପରେ ଦୁଇ ଦୁର୍ବୃତ୍ତ ଖସି ପଳାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ବନ୍ଧୁକକୁ ଜବତ କରିଥିଲା।

ଫୋଟୋ - http://v.duta.us/-EzBsQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/qpN7uQAA

📲 Get Cuttacknews on Whatsapp 💬