ରାଜ୍ୟସଭାରେ ଉଠିଲା ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ: ପ୍ରଥମ ଅଭିଭାଷଣରେ ନବୀନଙ୍କ ଉଦାହରଣ ଦେଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ : ମହିଳାଙ୍କୁ ହକ୍ ଦେବାକୁ ସଂସଦରେ ଦାବି ଉଠାଇଲା ବିଜେଡି । କେନ୍ଦ୍ର ସରକାର ଖୁବଶୀଘ୍ର ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଉଭୟ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ଦାବି କରିଛନ୍ତି ସସ୍ମିତ । ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ମହିଳା ସଶକ୍ତିକରଣର କଥା କହୁଥିବା ବେଳେ ମହିଳା ସଂରକ୍ଷଣ ବିଲ୍ କାହିଁକି ପାରିତ କରୁନାହନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସସ୍ମିତ । ଆଉ ଏଥିପାଇଁ ରାଜ୍ୟସଭାରେ ନବୀନ ସରକାରଙ୍କ ଉଦାହରଣ ଦେଇଛନ୍ତି ସସ୍ମିତ ପାତ୍ର।

ମହିଳା ସଶକ୍ତିକରଣର କଥା ସବୁ ରାଜନୈତିକ ଦଳର ମୁଖ୍ୟ ଏଜେଣ୍ଡା ରହିଥିଲେ ମଧ୍ୟ କେବଳ ନବୀନ ସରକାର ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଆସିଛନ୍ତି, ଯାହାର ଝଲକ ଗତ ନିର୍ବାଚନ ଗୁଡିକରେ ଦେଖିବାକୁ ମିଳିଛି । ୨୦୧୯ ଲୋକସଭା ନିର୍ବାଚନରେ ୨୧ ଆସନରୁ ୭ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରି ନବୀନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ଏହାଛଡା ପଞ୍ଚାୟତରାଜ ନିର୍ବାଚନ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କରି ନବୀନ ସରକାର ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।...

ଫୋଟୋ - http://v.duta.us/s2PuMgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/zlJa9gAA

📲 Get Odisha News on Whatsapp 💬