ସରକାରୀ ଡାକ୍ତରଖାନାକୁ ଦିଆଯିବ ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି, ଧାର୍ଯ୍ୟ ସମୟ ମଧ୍ୟରେ ନଦେଲେ କମ୍ପାନି ହେବେ କଳା ତାଳିକାଭୁକ୍ତ

ଭୁବନେଶ୍ୱର, ସରକାରୀ ଡାକ୍ତରଖାନାଗୁଡିକ ଲାଗି ରାଜ୍ୟ ସରକାର ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଖରିଦ କରିବେ । ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହା ଖରିଦ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଓଡିଶା ମେଡିକାଲ କର୍ପୋରେସନର କାର୍ଯ୍ୟ ସମୀକ୍ଷା ଅବସରରେ ଦାସ କହିଛନ୍ତି ଯେ ଡାକ୍ତରୀ ସାଜ ସରଞ୍ଜାମ ଖରିଦ କ୍ଷେତ୍ରରେ ପୂର୍ବ ଧାରାରେ ପରିବର୍ତ୍ତନ କରାଯିବ । କୌଣସି ସାମଗ୍ରୀ ଖରିଦ କରିବା ସମୟରେ ତାହାର ‘ସ୍ପେଶିଫିକେସନ’ ଅପେକ୍ଷା ଏହା କେତେ ଆଧୁନିକ ସେ ସଂକ୍ରାନ୍ତରେ ଅନୁଧ୍ୟାନ ହେବ । ସେହିଭଳି ଏହି ଯନ୍ତ୍ରପାତି ଯୋଗାଇବାକୁ ଟେଣ୍ଡରରେ କୃତକାର୍ଯ୍ୟ ହେଉଥିବା ସଂସ୍ଥା ଯେଭଳି ଧାର୍ଯ୍ୟ ସମୟରେ ତାହା ପ୍ରଦାନ କରିବେ ତାହା ଉପରେ ଗୁରୁତ୍ୱ ଦେବାକୁ ଦାସ କହିଛନ୍ତି । ଯଦି କୌଣସି ସଂସ୍ଥା ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ସାମଗ୍ରୀ ଦେଇ ନପାରିଲା ତେବେ ତାହାକୁ ଅପେକ୍ଷା ନକରି ଅନ୍ୟ ସଂସ୍ଥା ଦ୍ୱାରା ସାମଗ୍ରୀ ଖରିଦ ସହିତ ବିଳମ୍ବ କରିଥିବା କମ୍ପାନିକୁ ‘କଳା ତାଲିକାଭୁକ୍ତ’ କରାଯିବ । ଫଳରେ ଭବିଷ୍ୟତରେ ଏହି କମ୍ପାନି ଆଉ ଯେଭଳି ସରକାରଙ୍କ ସହିତ କୌଣସି ବ୍ୟବସାୟ କରିପାରିବ ନାହିଁ । ରାଜ୍ୟର ରୋଗୀମାନଙ୍କ ଲାଗି ଡାକ୍ତରୀ ଯନ୍ତ୍ରପାତି ଖରିଦ ସମୟରେ ଅର୍ଥବ୍ୟୟକୁ ଗୁରୁ୍‌ତ୍ୱ ନଦେଇ ନିଗମ କର୍ତ୍ତୃପକ୍ଷ ଆର୍ନ୍ତଜାତୀୟ ମାନର ସର୍ବଶେଷ (ଲାଟେଷ୍ଟ) ମଡେଲ କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଇତି ମଧ୍ୟରେ ରାଜ୍ୟକୁ ଆଉ ଏକ କୋଟି ୧୩ଲକ୍ଷ ଔଷଧୀୟ ମଶାରୀ ଯୋଗାଣ ଲାଗି ସୂଚନା ଦେଇଛନ୍ତି । ତେବେ ଏହି ମଶାରୀ ମିଳିବାରେ କୌଣସି ନିଶ୍ଚିତତା ନଥିବାରୁ ଆବଶ୍ୟକସ୍ଥଳେ ନିଜସ୍ୱ ସମ୍ବଳରୁ ରାଜ୍ୟ ସରକାର ଏହା ଖରିଦ ପାଇଁ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ଦାସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।...

ଫୋଟୋ - http://v.duta.us/qBiTAQEA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/dq9mZgAA

📲 Get Odisha News on Whatsapp 💬