ଅନୁଗୁଳ ଚିକିତ୍ସାଳୟକୁ ଘାରିଛି ଭୟ!, ସାରାରାତି ବାରଣ୍ଡାରେ ପଡ଼ିରହିଲା ୨ ଶବ

  |   Anugolnews

ଅନୁଗୁଳ : ପୁଣିଥରେ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଶବ ସଂରକ୍ଷଣ ଗୃହ‌ରେ ବାରମ୍ବାର ଆଖି ଗାଏବ, ମୃତଶରୀର କ୍ଷତିଗ୍ରସ୍ତ ହେବା ଆଦି ଅଭିଯୋଗ ପରେ ପୁଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଭୟ ଘାରିଛି। ଫଳରେ, ୨ ଜଣଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖିବା ପରିବର୍ତ୍ତେ ଡାକ୍ତରଖାନା ବାରଣ୍ଡାରେ ପକାଇ ଦିଆଯାଇଛି। ପରିବାର ଲୋକଙ୍କୁ ରାତିସାରା ମୃତଦେହକୁ ଜଗିବାକୁ ପଡ଼ିଛି। ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ପୁଲିସ୍‌କୁ ଦୋଷାରାପ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଚାନ୍ଦପୁର ଗ୍ରାମର ଗଙ୍ଗାଧର ସେନାପତି (୪୫) ବାଇକ୍‌ରେ ଆସୁଥିବାବେଳେ ଦରରାଘାଟି ଛକ ନିକଟରେ ତାଙ୍କୁ ଏକ ସ୍କର୍ପିଓ(ଓଆର୧୯-ଏନ୍‌-୧୭୧୭) ଧକ୍କା‌ ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରାତି ୧୦ଟା ବେଳେ ମୃତ୍ୟୁ ହୋଇଥିଲା। ସେହିଭଳି, ଅନୁଗୁଳ ଜିଲ୍ଲା ନାଲ‌େକାନଗର ଥାନା ଗିରାଙ୍ଗ ଗ୍ରାମର ସୁବାସ ନାଏକ(୩୦) ଗତ ଗୁରୁବାରଠାରୁ ଚିକିତ୍ସିତ ହେଉଥିଲେ। କୌଣସି କାରଣରୁ ବିଷପାନ କରିବା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତି ସାଢ଼େ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ଶବକୁ ଆଣି ବାରଣ୍ଡାରେ ପକାଇ ଦିଆଯାଇଥିଲା।...

ଫୋଟୋ - http://v.duta.us/mB0oxgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/-tqEEgAA

📲 Get Anugolnews on Whatsapp 💬