ତଳିଆ ଅଞ୍ଚଳ ଜଳବନ୍ଦୀ

ଭୁବନେଶ୍ବର : ସରକାର କହୁଛନ୍ତି ବନ୍ୟା ସ୍ଥିତି ଟଳିଯାଇଛି। ରାଜ୍ୟ‌େର ବନ୍ୟା ପରିସ୍ଥିତି ନାହିଁ। ହେଲେ ଏବେବି ରାଜ୍ୟର ତଳିଆ ଅଞ୍ଚଳରେ ପାଣି ମାଡ଼ିବାରେ ଲାଗିଛି। କେନ୍ଦ୍ରାପଡ଼ା ଓ ପୁରୀର କିଛି ସ୍ଥାନରେ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକ ଘରୁ ବାହାରିପାରୁନାହାନ୍ତି। ଏବେବି ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏପଟେ କଟକ ଜିଲ୍ଲା‌େର ବନ୍ୟା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ବାଙ୍କି ଥାନା ଅନ୍ତର୍ଗତ ବରହମପୁରା ପଞ୍ଚାୟତର ହଳିଆ ସାହିର ବସନ୍ତ ସାମଲଙ୍କର(୫୦) ମୃତ୍ୟୁ ହୋଇଛି। ପାଣିରେ ବୁଡ଼ିଯିବା କାରଣରୁ ମୃତ୍ୟୁ ହୋଇଥିବା ରାଜସ୍ବ ବିଭାଗ କହିଛି।

ସରକାର ସ୍ଥିତି ଯେତେ ସ୍ବାଭାବିକ ଅଛି ବୋଲି କହିଛନ୍ତି ପ୍ରକୃତରେ କିନ୍ତୁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ନଦୀରେ ସିନା ପାଣି କମିଛି। ହେଲେ ତଳିଆ ଅଞ୍ଚଳରେ ମାଡ଼ିଥିବା ପାଣି ଲୋକଙ୍କ ଜୀବନ ଦୁର୍ବିସହ କରିଦେଇଛି। ଧାନ ଜମିରେ ପାଣି ଜମି ରହିଥିବାରୁ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ଉଜୁଡ଼ିବା ପରିସ୍ଥିତି ଉପୁଜିଲାଣି।...

ଫୋଟୋ - http://v.duta.us/sbyD0gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/SXhUbAAA

📲 Get Odisha News on Whatsapp 💬