‘ମୋ ଛତୁଆ’ ୱେବସାଇଟ୍, ଆପ୍ ଉନ୍ମୋଚିତ

ଭୁବନେଶ୍ବର : ମହିଳା ଓ ଶିଶୁବିକାଶ ଏବଂ ମିସନ ଶକ୍ତି ବିଭାଗ ଦ୍ବାରା ‘ମୋ ‌ଛତୁଆ’ ୱେବସାଇଟ୍‌, ଆପ୍ ଓ ସୂଚନା ପରିଚାଳନା ବ୍ୟବସ୍ଥା ଉନ୍ମୋଚିତ ହୋଇଛି। ପୋଖରୀପୁଟସ୍ଥିତ ମିସନ ଶକ୍ତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହ ଘରକୁ ନେବା ଖାଦ୍ୟ ବା ଟେକ୍ ହୋମ୍ ରାସନ୍‌ ସ‌ଂଶୋଧିନ ନିୟମାବଳୀକୁ ମଧ୍ୟ ସେ ଉନ୍ମୋଚନ କରିଛନ୍ତି। ସମନ୍ବିତ ଶିଶୁ ବିକାଶ ଯୋଜନାରେ ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛତୁଆ ଯୋଗାଣ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଆଣିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ‌ୱେବସାଇଟ୍‌ର ଲୋକାର୍ପଣ କରି ଶ୍ରୀମତୀ ସାହୁ କହିଲେ, ଅପପୁଷ୍ଟ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ମହିଳା, ଗର୍ଭବତୀ, କିଶୋରୀ ଓ ଶିଶୁମାନଙ୍କ ଆବଶ୍ୟକୀୟ ପୁଷ୍ଟିସାଧନ ପାଇଁ ପରିପୂରକ ଖାଦ୍ୟ ଯୋଜନା ଦ୍ବାରା ଆବଶ୍ୟକୀୟ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହାସତ୍ତ୍ବେ ମଧ୍ୟ ଖାଦ୍ୟ ଯୋଗାଣରେ ଅଧିକ ସ୍ବଚ୍ଛତା ଆଣିବା ଓ ପରିଚାଳନା ବ୍ୟବସ୍ଥାକୁ ନିୟମିତ ଭାବେ ନିରୀକ୍ଷଣ ଓ ତଦାରଖ କରିବା ଦିଗରେ ଏହି ୱେବସାଇଟ୍‌ ଅତ୍ୟନ୍ତ ଉପଯୋଗୀ ହୋଇପାରିବ। ଛତୁଆର ମାନବୃଦ୍ଧି ସହ ପୁଷ୍ଟିସାଧନ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ସମନ୍ବିତ ପ୍ରୟାସ ବୋଲି ଶ୍ରୀମତୀ ସାହୁ ମତବ୍ୟକ୍ତ କରିଥିଲେ।...

ଫୋଟୋ - http://v.duta.us/NPSwkgEA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/B9oeKAAA

📲 Get Odisha News on Whatsapp 💬