ରାଧାଦାମୋଦରପୁର ପ୍ଲାଣ୍ଟ୍‌ରେ ଆରମ୍ଭ ହେଲା ଉତ୍ପାଦନ

  |   Cuttacknews

କଟକ : କଟକ ଆଠଗଡ ବ୍ଲକ୍‌ ଅନ୍ତର୍ଗତ ରାଧାଦାମୋଦରପୁରଠାରେ ଥିବା ରାଜ୍ୟର ପ୍ରଥମ ଗୋଖାଦ୍ୟ କାରଖାନା ୩ ମାସ ପରେ ଖୋଲିଛି। କଞ୍ଚାମାଲର ଅଭାବ, ବାରମ୍ବାର ଇ-ଟେଣ୍ଡର ସତ୍ତ୍ବେ ଟେଣ୍ଡର ହେଉନଥିବା ଓ ପରିଚଳନାଗତ ଅବ୍ୟବସ୍ଥା ପାଇଁ ଅଶୀ ଦଶକର ଏ ଶିଳ୍ପାନୁଷ୍ଠାନ ରୁଗ୍‌ଣ ଅବସ୍ଥାକୁ ଆସିଯାଇଥିଲା। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ତତ୍ପରତା ପ୍ରକାଶ ପାଇଥିଲା। ପଦକ୍ଷେପସ୍ବରୂପ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଆଠଗଡ ବ୍ଲକ୍‌ ଅନ୍ତର୍ଗତ ରାଧାଦାମୋଦରପୁରଠାରେ ୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିଲା ଓମ୍‌ଫେଡ଼୍‌ ଗୋ-ଖାଦ୍ୟ କାରଖାନା। ଏହାଥିଲା ଓଡ଼ିଶା‌େର ପ୍ରଥମ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଏକମାତ୍ର ଗୋ-ଖାଦ୍ୟ କାରଖାନା। ଏହି କାରଖାନା ପାଇଁ ଆଖପାଖ ଦଶ ଖଣ୍ଡ ମୌଜାର ପ୍ରାୟ ଦେଢଶହ ପରିବାର ନିଜର ଭୋକିଲା ପେଟକୁ ଦାନା ପାଉଥିଲେ। ଓଡିଶାରେ ୧୯୮୨ରେ ଏହାର ଭିତ୍ତପ୍ରସ୍ତର ସ୍ଥାପନ କରାଯାଇଥିବାବେଳେ ୧୯୮୪ ଡିସେମ୍ବରରେ ଆରମ୍ଭ ହୋଇଥିଲା ଏହି ପ୍ଲାଣ୍ଟ୍‌ରୁ ଉତ୍ପାଦନ।...

ଫୋଟୋ - http://v.duta.us/fVXMFQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/SU19HgAA

📲 Get Cuttacknews on Whatsapp 💬