ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଚେତାବନୀ: ଦାମ୍ ନ ବଢିଲେ, ରାସ୍ତାରେ କ୍ଷୀର ଢାଳିବାକୁ ବାଧ୍ୟ ହେବେ ଦୁଗ୍ଧ ଚାଷୀ

ଭୁବନେଶ୍ୱର: : ମିଲ୍କ ମୁଁ, ପ୍ରଗତି ଡାଇରୀ ପକ୍ଷରୁ ଚାଷୀମାନଙ୍କୁ ଦୁଗ୍ଧ ଲିଟର ପିଛା ୨୮. ୫୦ ଟଙ୍କା ଓ ୨୮.୮୫ ଟଙ୍କା ଗତ ପହିଲାଠାରୁ ଦିଆଯାଉଛି । କିନ୍ତୁ ଓମଫେଡ୍ ସହିତ ଅନୁବନ୍ଧିତ ଦୁଗ୍ଧଚାଷୀମାନେ ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ହାରାହାରି ଦୁଗ୍ଧ ଲିଟର ପିଛା ୨୬ଟଙ୍କା ୧୦ ପଇସା ପାଉଛନ୍ତି । ଦୁଗ୍ଧ ଦାମ୍ ନ ବଢାଇ ସରକାର ଗତ ୧ ତାରିଖରୁ ଓମଫେଡର ଗୋଖାଦ୍ୟ ଦର୍ ବୃଦ୍ଧି କରି କିଗ୍ରା ପିଛା ୨୦ଟଙ୍କା ୮୫ ପଇସା କରିଛନ୍ତି । ସବୁ ଜିନିଷର ଦରଦାମ୍ ବଢୁଥିବା ବେଳେ ବାରମ୍ବାର ଆନ୍ଦୋଳନ, ଆବେଦନ ଓ ନିବେଦନ ସତ୍ତ୍ୱେ ଏଭଳି କି ଗତ ୯ ତାରିଖ ଦିନ ରାଜ୍ୟସ୍ତରୀୟ ଦୁଗ୍ଧଚାଷୀ ସମାବେଶରେ କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷି ଉତ୍ପାଦକ କମିଶନରଙ୍କୁ ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ସ୍ମାରକପତ୍ର ଦିଆଯାଇ ଦୁଗ୍ଧ ଲିଟର ପିଛା ସର୍ବନିମ୍ନ ୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା । ଯେଉଁ ଦାବିକୁ ଦୁଇଜଣ ଯାକ ମନ୍ତ୍ରୀ ଗ୍ରହଣ କରିବା ସହିତ ଦୁଗ୍ଧଚାଷୀମାନଙ୍କର ସମସ୍ୟା ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି ବୋଲି ମହାସଂଘକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁଃଖର କଥା ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ଦେବାପାଇଁ କୌଣସି ନିଷ୍ପତ୍ତି ନେଇନାହାନ୍ତି ।...

ଫୋଟୋ - http://v.duta.us/WZ3eMAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/HU47PwAA

📲 Get Odisha News on Whatsapp 💬