ନିହାରିକାଙ୍କ ହତ୍ୟାକାରୀ କିଏ ? ୬ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ

ଜଗତସିଂହପୁର: ନର୍ସ ନିହାରିକାଙ୍କ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାକୁ ୬ ଜଣଙ୍କୁ ରାତି ଅଧିଆ ଉଠାଇ ଆଣି ବିରିଡି ଥାନା ପୁଲିସ ପଚରାଉଚୁରା କରୁଛି । ଗତକାଲି କୁଳକଇଜଙ୍ଗା ନିକଟ ବିଲୁଆଖାଇ ନଈରୁ ନିହାରିକାଙ୍କ ମୃତଦେହ ମିଳିବା ପରେ ହତ୍ୟାକରୀକୁ ପୁଲିସ ଖୋଜୁଛି । ଏଠାରେ ସୂଚନା ଥାଉ କି କଟକର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଷ୍ଟାଫ ନର୍ସ ନିହାରିକାଙ୍କ ମୃତଦେହ ଜଗତସିଂହପୁରର କୂଳକଇଜଙ୍ଗାରେ ନଈରୁ ଭାସୁଥିବା ଅବସ୍ଥାରେ ମିଳିଥିଲା |

ତେବେ ନିହାରିକାଙ୍କ ହତ୍ୟାକାଣ୍ଡରେ ପ୍ରେମିକ ରାଜାଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଯୁବତୀଙ୍କୁ କିଏ ମାରିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଗତ ୮ ତାରିଖରେ ନିହାରିକା ନିଖୋଜ ହୋଇଯାଇଥିବା ନେଇ କଟକର ମଧୁପାଟଣା ଥାନାରେ ରିପୋର୍ଟ ହୋଇଥିଲା ।

ପରିବାର ଲୋକ ସନ୍ଦେହ କରୁଥିଲେ ଯେ ନିହାରିକା ତାଙ୍କର ପ୍ରେମିକ ରାଜା ସହ କୁଆଡେ ଚାଲିଯାଇଛନ୍ତି । ସେବେଠାରୁ ରାଜାର ବି କିଛି ଖବର ନଥିଲା । କିଛି ଦିନ ପୂର୍ବରୁ ସେ ନିଖୋଜ ହୋଇଥିବା ନେଇ ଥାନାରେ ରିପୋର୍ଟ ହେବା ପରେ ଗତକାଲି ଜଗତସିଂହପୁରରୁ ମୃତଦେହ ମିଳିଥିଲା ।

ଫୋଟୋ - http://v.duta.us/Fe-mcgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/DWFOKwAA

📲 Get Odisha News on Whatsapp 💬