ଭୂତ ଭୟରେ ପିଲା ଆସୁନାହାନ୍ତି ସ୍କୁଲ୍, ଗାଁରୁ ବିଦା ହେଉଛନ୍ତି ଝିଅ

ନୂଆପଡ଼ା: ଆଜିର ବିଜ୍ଞାନ ଯୁଗରେ ଲୋକ ଭୂତପ୍ରେତରେ ବିଶ୍ବାସ କରୁଛନ୍ତି । ନୂଆପଡ଼ା ଜିଲ୍ଳାରୁ ଆସିଛି ଏମିତି ଏକ ଖବର। ଭୂତ ଭୟରେ ପିଲାମାନେ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ଖାଲି ସେତିକି ନୁହେଁ, କୁଆଁରୀ ଝିଅଙ୍କୁ ଗାଁ ବାହାରକୁ ବିଦା କରି ଦେଉଛନ୍ତି ପରିବାର ଲୋକେ । ଜିଲ୍ଲାର ଝାରବନ୍ଧ ପଂଚାୟତ ନାଗଝର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ନାଗଝର ଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ପାଖାପାଖି ୧୨୦ ଜଣ ଛାତ୍ରଛାତ୍ରୀ ଭୂତ ଭୟରେ ବିଦ୍ୟାଳୟ ଆସିବାକୁ ଡରୁଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ, ଜୁଲାଇ ମାସରେ ସ୍କୁଲରେ ପ୍ରଥମେ ଭୂତ ବାହାରିବା କଥା ଶୁଣିବାକୁ ମିଳିଥିଲା । ବିଶେଷ କରି ସ୍କୁଲରେ ପାଠପଢୁଥିବା ଝିଅମାନଙ୍କଠାରେ ଭୂତ ସବାର ହେଉଥିବା ଆଲୋଚନା ହେଉଛି। ଗ୍ରାମବାସୀଙ୍କ କହିବ‌ା ଅନୁଯାୟୀ, ଭୂତ ଲାଗିବା ପରେ ଝିଅଙ୍କ ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖିବାକୁ ମିଳୁଛି । କିଛି ଅଭିଭାବକ ସେମାନଙ୍କର ପିଲାଙ୍କୁ ପାଖ ଗାଁ ସ୍କୁଲକୁ ପଢିବାକୁ ଛାଡୁଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ଏହି ସ୍କୁଲକୁ ୧୨୦ ପିଲାଙ୍କ ମଧ୍ୟରୁ ମାତ୍ର ୧୬ରୁ ୧୭ ଜଣ ଛାତ୍ରଛାତ୍ରୀ ପଢିବାକୁ ଯାଉଛନ୍ତି ।...

ଫୋଟୋ - http://v.duta.us/ZxK6lQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/rHcexgAA

📲 Get Odisha News on Whatsapp 💬