ରାଗିଂକୁ ନେଇ ‘ଓଏଚଆରସି’ଙ୍କ ୪ ବିଭାଗକୁ ନୋଟିସ ଜାରି

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ହେବା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନ (ଓଏଚଆରସି) ନୋଟିସ ଜାରି କରିଥିବା ବୁଧବାର ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ଘଟଣା ଜଣାପଡ଼ିବା ପରେ ଓଏଚଆରସି ଗଣଶିକ୍ଷା, ଉଚ୍ଚଶିକ୍ଷା, ବୈଷୟିକ ଓ ସ୍ୱାସ୍ଥ୍ୟ ବିଭାଗକୁ ନୋଟିସ ଜାରି କରିଛନ୍ତି। ରାଗିଂ ରୋକିବାକୁ କ’ଣ ପଦକ୍ଷେପ ନିଆଯାଇଛି? ଏଥି ସହିତ ନୋଟିସରେ କୁହାଯାଇଛି ଯେ, ରାଗିଂ ଘଟଣାରେ ସଂପୃକ୍ତ ଥିବା ଛାତ୍ରମାନଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜୁ କରାଯାଉ ନାହିଁ। ଓଚଆରସି ୧୦ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ସମ୍ବଲପୁର ଶାସନସ୍ଥିତ ବୈଦିକ କନିଷ୍ଠ ମହାବିଦ୍ୟାଳୟର ଜଣେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଙ୍କୁ ୪ ଜଣ ଛାତ୍ର ନିସ୍ତୁକ ମାଡ଼ମାରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଛାତ୍ର ଜଣକ ଆହତ ହୋଇ ଉକ୍ତ କଲେଜ କ୍ୟାମ୍ପସରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।...

ଫୋଟୋ - http://v.duta.us/-cOfUwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xJ28UgAA

📲 Get Odisha News on Whatsapp 💬