ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ସାରା ରାତି ଜଗି ରହିଥିଲା ସ୍ୱାମୀ

  |   Nabarangpurnews

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁାଗାଁ ଥାନା ଅନ୍ତର୍ଗତ ସରାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ନିଜ ସ୍ତ୍ରୀକୁ ଗତରବିବାର ବିଳମ୍ବିତ ରାତିରେ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଏବଂ ସ୍ତ୍ରୀର ମୃତ୍ୟୁ ପରେ ଶବକୁ ସାରା ରାତି ଜଗି ରହିଥିଲା ସ୍ୱାମୀ। ଖବର ପାଇ ଡବୁଗାଁ ପୁଲିସ ଘଟଣାସ୍ଥଳରେ ଯାଇ ଅଭିଯୁକ୍ତକୁ ଗିରଫ କରିବା ସହ ଶବ ଜବତ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ଗ୍ରାମ ତଳ ସାହିରେ ରହୁଥିବା ମାଙ୍ଗ ଭତରା ୪୫, ତା ସ୍ତ୍ରୀ ମନାଇ ଭତରା ୪୨, ଦୁଇ ପୁଅ ଓ ମାଙ୍ଗର ମା’ସୁଲ ଭତରା ଗୋଟିଏ ଘର ମଧ୍ୟରେ ଗତକାଲି ଶୋଇଥିଲେ। ବିଳମ୍ବିତ ରାତି ଗୋଟାଏରେ ସମୟରେ ମାଙ୍ଗ ଭତରା ମାନସିକ ଭାରସାମ୍ୟ ହରାଇ ଶୋଇଥିବା ନିଜ ସ୍ତ୍ରୀର ବାମ ପଟ ବେକରେ ଏକ ଟାଙ୍ଗିଆ ସାହାଯ୍ୟରେ ୩ ଚୋଟ ମାରିଥିଲା। ସ୍ତ୍ରୀ ପାଣ ବିକଳରେ ଚିତ୍କାର କରିବା ପରେ ମାଙ୍ଗର ମା’ ସୁଲ ଭତରା ଭୟରେ ଶୋଇଥିବା ଦୁଇଜଣ ନାତିକୁ ଧରି ବାହାରକୁ ଚାଲି ଆସିଥିଲା।...

ଫୋଟୋ - http://v.duta.us/up-koQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ca9hMwAA

📲 Get Nabarangpurnews on Whatsapp 💬