ପୁରୀ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ସବୁ ପରିବାରକୁ ମିଳିବ କ୍ଷତିପୂରଣ ଓ ପୁର୍ନବାସ ସୁବିଧା

ଭୁବନେଶ୍ବର: ପୁରୀରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିଙ୍କ ଥଇଥାନ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିରର ସୁରକ୍ଷା ଜୋନ୍ ପାଇଁ ସ୍ୱତନ୍ତ୍ର ଥଇଥାନ୍ ପ୍ୟାକେଜ ଘୋଷଣା ହୋଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତି ଅଧିଗ୍ରହଣ ପାଇଁ ରାଇଟ୍ ଟୁ ଫେଆର କମ୍ପେନସେସନ୍ ଆଣ୍ଡ ଟ୍ରାନ୍ସପରେନ୍ସି ଆକ୍ଟ ୨୦୧୩ ଅନୁଯାୟୀ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଥଇଥାନ୍ ଓ ପୁନର୍ବାସ ପ୍ୟାକେଜ୍ ଘେଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ନୀତି ଅନୁଯାୟୀ ବାସଗୃହ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତିର ଅଧିଗ୍ରହଣ କ୍ଷେତ୍ରରେ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯିବ । ଏହି ମର୍ମରେ ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡ଼ିକୁ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା ସହାୟତା ଦିଆଯିବାକୁ ନିଷ୍ପତ୍ତି । ବିସ୍ଥାପିତଙ୍କୁ ଜମି ମିଳିବା ଯାଏଁ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ସହାୟତା ପ୍ରଦାନ କରିବେ ସରକାର ।...

ଫୋଟୋ - http://v.duta.us/ThV9CQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/IJWX8wAA

📲 Get Odisha News on Whatsapp 💬