‘ସମ୍ବାଦ ଗ୍ରୁପ୍’ର ଡିଜିଟାଲ୍ ନ୍ୟୁଜରୁମ୍ ଉଦଘାଟନ କଲେ ସୌମ୍ୟରଂଜନ: ପରିବର୍ତ୍ତନ ସହ ପାଦ ମିଳାଇ ପାଠକଙ୍କ ବିଶ୍ୱାସ ଜିତିବାକୁ ଦେଲେ ଆହ୍ୱାନ

ଭୁବନେଶ୍ବର: ଡିଜିଟାଲ ଯୁଗରେ ଆପଣଙ୍କ ହାତମୁଠାରେ ପ୍ରତି ମୁହୂର୍ତ୍ତରେ, ପ୍ରତିଟି ଘଟଣାର ଟିକିନିଖି ଖବର ଚୁଟକିରେ ପହଞ୍ଚାଉଛି ‘ସମ୍ବାଦ ଗ୍ରୁପ’ର ଡିଜିଟାଲ ପ୍ଲାଟଫର୍ମ । ଆପଣଙ୍କୁ ତାଜା ଖବର ଦେବାକୁ ଆମର ସବୁ ଟିମ୍ ସବୁବେଳେ ସଜାଗ ରହିଛନ୍ତି । ଲେଖା ମାଧ୍ୟମରେ ଭିନ୍ନଭିନ୍ନ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚାଇବା ହେଉ ଅବା ଖବର ପଛର ବିଶ୍ଳେଷଣ ଭିଡିଓ ମାଧ୍ୟମରେ ଅବା ସୋସିଆଲ ମିଡିଆରେ ଆପଣଙ୍କ ସହ ଯୋଗାଯୋଗ ରଖିବାରେ, ସବୁବେଳେ ସବୁଠୁ ଆଗରେ ରହି ଆସିଛି ଆମ ଗ୍ରୁପର ଡିଜିଟାଲ ପ୍ଲାଟଫର୍ମ । ଆଉ ଏହାକୁ ଅଧିକରୁ ଅଧିକ ସକ୍ରିୟ କରିବାକୁ ଆଜି ‘ସମ୍ବାଦ ଗ୍ରୁପ’ର ଡିଜିଟାଲ ନ୍ୟୁଜରୁମ୍ ଉଦଘାଟିତ ହୋଇଛି ।

ଆଜିର ସମୟରେ ମୋବାଇଲରେ ଲୋକେ ଅଧିକରୁ ଅଧିକ ସମୟ ଦେଉଛନ୍ତି । ମୋବାଇଲ ମାଧ୍ୟମରେ ସୋସିଆଲ ମିଡିଆ ଆଉ ଡିଜିଟାଲ ମିଡିଆ ଢେର ପ୍ରଭାବ ବିସ୍ତାର କଲାଣି । ତେଣୁ ଲୋକଙ୍କ ରୁଚି ଅନୁସାରେ ସବୁଠାରୁ ଆଗରେ ଖବର ପରିବେଷଣ କରିବା ଲକ୍ଷ୍ୟ ନେଇ ପୂରା ‘ସମ୍ବାଦ ଗ୍ରୁପ୍’ର ଡିଜିଟାଲ ପ୍ଲାଟଫର୍ମକୁ ଗୋଟିଏ ସ୍ଥାନକୁ ଅଣାଯାଇଛି ।...

ଫୋଟୋ - http://v.duta.us/hdeQsQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3wzfVQAA

📲 Get Odisha News on Whatsapp 💬