ବହୁ ଚର୍ଚ୍ଚିତ ଷ୍ଟାଫ୍‌ ନର୍ସ ନୀହାରିକା ହତ୍ୟା ମାମଲା: ତିନିଦିନ ରିମାଣ୍ଡରେ ଯିବ ରାଜା

  |   Jagatsinghpurnews

ଜଗତସିଂହପୁର: ବହୁ ଚର୍ଚ୍ଚିତ ଷ୍ଟାଫ୍‌ ନର୍ସ ନୀହାରିକା ହତ୍ୟା ମାମଲାରେ ରାଜାକୁ ସୋମବାର ତିନିଦିନ ରିମାଣ୍ଡରେ ନେବାକୁ ଏସ୍‌ଡିଜେଏମ୍‌ କୋର୍ଟ ବିିରିଡି ପୁଲିସକୁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ନୀହାରିକା ଏବଂ ରାଜା ପରସ୍ପରକୁ ଦୀର୍ଘ ୫ ବର୍ଷ ହେଲା ଭଲ ପାଉଥିଲେ। ନୀହାରିକାଙ୍କ ଆର୍ଥିକ ପରିସ୍ଥିତି ଏତେଟା ସ୍ୱଚ୍ଛଳ ନ ଥିଲା। ତେଣୁ ବିରିଡ଼ିରେ ନିଜ ମାମୁଘରେ ରହି ନର୍ସିଂ ଟ୍ରେନିଂ ନେବା ପରେ ସେ କଟକ ଏମ୍‌ଏମ୍‌ ମେଡିକେୟାରରେ ଷ୍ଟାଫ୍‌ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ମାମୁଘରେ ରହିବା ସମୟରେ ନୀହାରିକା ଓ ରାଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରାଜା କୌଣସି ରୋଜଗାର ନକରି ବେକାର ବୁଲୁଥିବାରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ବଚସା ହେଉଥିଲା।

ସେଦିନ ବଚସା ଏଭଳି ସ୍ଥିତିରେ ପହଞ୍ଚିଥିଲା କି ପ୍ରାଣଠାରୁ ବଳି ଭଲ ପାଉଥିବା ନୀହାରିକାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ପ୍ରେମିକ ରାଜା। ଆଉ ପ୍ରମାଣ ନଷ୍ଟ କରିବାକୁ ଅଖାରେ ମୃତଦେହ ପୂରାଇ ବିଲୁଆଖାଇ ନଈରେ ଫିଙ୍ଗି ଦେଇଥିଲା।...

ଫୋଟୋ - http://v.duta.us/QOjAYQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/b6U8GQAA

📲 Get Jagatsinghpurnews on Whatsapp 💬