ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ପରଲୋକ, ଖାନନଗରରେ ଆଜି ହେବ ଶେଷକୃତ୍ୟ

କଟକ: ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀ ଆଉ ନାହାନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ କଟକ ବାଖରାବାଦସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ଶେଷଶଯ୍ୟା ନିକଟରେ ଭାଇ ଅମିତାଭ ଚୌଧୁରୀ, ଭଣଜା ଡକ୍ଟର ଜ୍ଞାନଦେବ ମହାରଣା, କର୍ମଦେବ ମହାରଣା, ଡକ୍ଟର ସ୍ବପ୍ନା ମହାପାତ୍ର, ପ୍ରହରାଜ ସିଂହ, ଉର୍ମିଳା ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଡକ୍ଟର ବିଶ୍ବଜିତ୍‌ଙ୍କ ସମେତ ପରିବାରର ଅନ୍ୟାନ୍ୟ ସଦସ୍ୟ ଓ ବଂଧୁବାନ୍ଧବ ଉପସ୍ଥିତ ଥିଲେ। ସମାଜସେବାକୁ ଆଜୀବନ ବ୍ରତ କରିଥିବା ସୁମିତ୍ରା ଚୌଧୁରୀ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୋପବଂଧୁ ଚୌଧୁରୀଙ୍କ ବୋହୂ ଏବଂ ମନମୋହନ ଚୌଧୁରୀଙ୍କ ପତ୍ନୀ ଥିଲେ। ଜଣେ ବିଶିଷ୍ଟ ସମାଜସେବୀ ଏବଂ ଲେଖିକା ଭାବେ ରାଜ୍ୟରେ ତାଙ୍କର ପ୍ରସିଦ୍ଧି ଥିଲା। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ବାଖରାବାଦସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ଚୌଧୁରୀଙ୍କ ଶେଷଦର୍ଶନ କରିଥିଲେ।

୧୯୨୪ ମସିହା ନଭେମ୍ବର ୧୫ ତାରିଖରେ ବଙ୍ଗ ପ୍ରଦେଶର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟ ଓ ମାତା ସୁଧାନନୀ ଦେବୀ ଥିଲେ। ବାର ଭାଇଭଉଣୀଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ। ତତ୍କାଳୀନ ରକ୍ଷଣଶୀଳ ସମାଜରେ ସେ ନଦିଆ ଜିଲ୍ଲାର କ୍ରିଷ୍ଣନଗର କଲେଜରୁ ସେହି ସମୟରେ ବିଏସ୍‌ସି ପାସ୍‌ କରିଥିଲେ। କଲେଜ ଛାତ ଉପରେ ଭାରତର ଜାତୀୟ ପତାକା ଉଡ଼ାଇବା ପାଇଁ ଲଢେଇ କରି କଲେଜରୁ ଅଧ୍ୟକ୍ଷଙ୍କ ଦ୍ବାରା ଭର୍ତ୍ସିତ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇ ତାଙ୍କ ପିତା କାରାବରଣ କରିବା ପରେ ଅଧିକ ଶିକ୍ଷା ପାଇଁ ସେ ମହାରାଷ୍ଟ୍ରସ୍ଥିତ ସେବାଗ୍ରାମ ଆଶ୍ରମକୁ ଆସି ଗାନ୍ଧୀଜୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ। ନଅମାସ କାଳ ଏଠାରେ ମୌଳିକ ଶିକ୍ଷା ଗ୍ରହଣ ବେଳେ ତାଙ୍କର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ପୁଅ ମନମୋହନ ଚୌଧୁରୀଙ୍କ ସହିତ ପରିଚୟ ହୋଇଥିଲା। ଏହାପରେ ମନମୋହନଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ସନ୍ଧ୍ୟାରେ ନବଦମ୍ପତି ଗାନ୍ଧୀଜୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ବିବାହ ଉତ୍ସବରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର ଓ ନବକୃଷ୍ଣ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।...

ଫୋଟୋ - http://v.duta.us/lhxS8wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/CaLDYwAA

📲 Get Odisha News on Whatsapp 💬