ଅନେକ ବଦଳରେ ଗୋଟିଏ ଫାଇନ୍ ଗୋଟିଏ ଫାଇନର ବ୍ୟବସ୍ଥା କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ!

ଭୁବନେଶ୍ବର: ଗାଡ଼ିଚାଳକଙ୍କ ପାଇଁ ସାମୟିକ ଆଶ୍ୱସ୍ତି । ନୂଆ ସଂଶୋଧିତ ମୋଟର ଯାନ ଆଇନକୁ କୋହଳ କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ । ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରାଯିବ । ବିଭିନ୍ନ ପ୍ରକାର ଫାଇନ୍ ଆଦାୟ ବଦଳରେ ଗୋଟିଏ ଫାଇନ୍ ଆଦାୟ କଲେ ଲୋକଙ୍କ ପାଇଁ ସୁବିଧା ହେବ ।

ସେପ୍ଟେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ ହେବାପରେ ସାରା ଦେଶ ତଥା ରାଜ୍ୟରେ ହଜାର ହଜାର ଟଙ୍କା ଜରିମାନା ଆକାରରେ ଗଣିଲେଣି ଲୋକେ । ମାତ୍ର ୫ ଦିନର ନିୟମରେ ଅଥୟ ହୋଇଗଲେଣି ଲୋକେ । ଘରୁ ବାହାରିବା ମାତ୍ରେ ଟଙ୍କା ଗଣିବା ପାଇଁ ପଡ଼ୁଛି । ଗାଡ଼ି ବାହାର କଲେ ପକେଟ୍ ଖାଲି ହୋଇଯାଉଛି । ଏପରି ଆଉକିଛି ଦିନ ଚାଲିଲେ ଲୋକଙ୍କ ବ୍ୟାଙ୍କବାଲାନ୍ସ ଶେଷ ହୋଇଯିବ । ଜଣେ ସାଧାରଣ ଲୋକର କଷ୍ଟ ଉପାର୍ଜିତ ଧନ ଜରିମାନାରେ ହିଁ ଚାଲିଯିବ ।...

ଫୋଟୋ - http://v.duta.us/IoNDFAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/eO9BbwAA

📲 Get Odisha News on Whatsapp 💬