ଅବ୍ୟବସ୍ଥାରେ ଲକ୍ଷ୍ମୀପୁର ଡାକ୍ତରଖାନା, କାମକୁ ନୁହଁ ନାମକୁ ମାତ୍ର ରୋଗୀ କଲ୍ୟାଣ ସମିତି ବୈଠକ

  |   Koraputnews

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଡାକ୍ତରଖାନା ଉପରେ ବନ୍ଧୁଗାଁ ନାରାୟଣପାଟଣା ସମେତ ଲକ୍ଷ୍ମୀପୁର ବ୍ଲକର ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରିଥାନ୍ତିା ରାୟଗଡା ଠାରୁ କୋରାପୁଟ ଜାତୀୟ ରାଜପଥ ହେବା ପରେ ନିୟମିତ ଭାବେ ଦୁର୍ଘଟଣା ବଢୁଥିବା ବେଳେ ଡାକ୍ତରଖାନାରେ ଡାକ୍ତରଙ୍କ ବଡ ସମସ୍ୟା ଦେଖାଯାଇଛି। ଏପରିକି ଦୀର୍ଘ ଦିନ ହେଲା ଏକ୍ସରେ ମେସିନ୍‌ ସକାଶେ ଦାବି କରାଯାଇଥିବା ବେଳେ ବର୍ତ୍ତମାନ ଏକ୍ସରେ ମେସିନ୍‌ ଆସିଛି। ହେଲେ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏକ୍ସରେ ଅପରେଟର କେବେ ଆସିବେ ଓ ଅଞ୍ଚଳର ଲୋକେ ଏଥିରୁ କେବେ ଉପକୃତ ହେବେ ତାହା ସବୁଠାରୁ ବଡପ୍ରଶ୍ନ ହୋଇ ଠିଆହୋଇଛିା

ଡାକ୍ତରଖାନାରେ ନାମକୁ ମାତ୍ର ଡ୍ୟୁଟି ଚାର୍ଟ ଟଙ୍ଗା ଯାଇଥିବା ବେଳେ ଅଧିକାଂଶ ସମୟରେ ଷ୍ଟାଫ ନର୍ସ ଠାରୁ ଆରମ୍ଭ କରି ପିଅନ ଡାକ୍ତରମାନଙ୍କୁ ଜରୁରୀକାଳିନ ସମୟରେ ନଡାକିବା ପର୍ଯ୍ୟନ୍ତ ଆସନ୍ତି ନାହିଁ ବୋଲି ଅନେକ ରୋଗୀ ଅଭିଯୋଗ କରିଥାନ୍ତିା ବଡବଡିଆଙ୍କ ଭ୍ରମଣ ସମୟରେ ଡାକ୍ତରଖାନା ଚକାଚକ୍‌ ରହୁଥିବା ବେଳେ ଅନ୍ୟ ସମୟରେ ତାହା ହେଉନାହିଁ ବୋଲି ମଧ୍ୟ ରୋଗୀ ଅଭିଯୋଗ କରିଛନ୍ତିା ଅନେକ ବର୍ଷ ହେଲା ରନ୍ଧାଖାଦ୍ୟ ବନ୍ଦ ହୋଇଯାଇଥିବା କାରଣରୁ ଏବେ ସୁଖାଖାଦ୍ୟରେ ଚଳାଇ ଦିଆଯାଉଛିା ରୋଗୀଙ୍କ ସକାଶେ ମାଗଣାରେ ଔଷଧ ବଣ୍ଟନ କରାଯାଉଛି। ହେଲେ ସଂମ୍ପୁର୍ଣ ଡୋଜ୍‌ ସମାପ୍ତ ହେବା ପରେ ମଧ୍ୟ ରୋଗ ଭଲ ହେଉନଥିବା ବେଳେ ବାଧ୍ୟ ହୋଇ ଶେଷରେ ଔଷଧ ଦୋକାନରୁ କିଣିକି ଖାଇବା ପରେ ସୁସ୍ଥ ହେଉଥିବା ଅଭିଯୋଗ ହେଉଥିବା ବେଳେ ଡାକ୍ତରଖାନାର ଔଷଧ ନିମ୍ନମାନର କି ବୋଲି ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତିା...

ଫୋଟୋ - http://v.duta.us/HFFSGQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/bUX2oAAA

📲 Get Koraputnews on Whatsapp 💬