ଚାରି ଦିନ ପରେ ପୁଣି ଉଚ୍ଛେଦ : ଭଙ୍ଗା ହେଲା ଏମାର ମଠ ଦୋକାନ ଘର

  |   Purinews

ପୁରୀ : ବିବାଦୀୟ ପରିସ୍ଥିତିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ କାର୍ଯ୍ୟ ଚାରି ଦିନ ବନ୍ଦ ରହିବା ପରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଆଜି ଏମାର ମଠର ବଣିଆପଟିରେ ରହି ଯାଇଥିବା କିଛି ସୁନା ଦୋକାନ, ଖଜା ଦୋକାନ ଓ ପୂଜା ସାମଗ୍ରୀ ଦୋକାନକୁ ଉଚ୍ଛେଦ କରିଛି। ଜେସିବି ଲଗାଇ ଏହି ଦୋକାନ ଘରଗୁଡ଼ିକୁ ଆଜି ଭାଙ୍ଗି ଦିଆଯାଇଛି। ଅନ୍ୟପକ୍ଷରେ ବଡ଼ଆଖଡ଼ା ମଠକୁ ଭାଙ୍ଗିବା ଲାଗି ପ୍ରଶାସନ ଯେଉଁ ପ୍ରସ୍ତୁତି ଚଳାଇଥିଲା, ତାକୁ କିଛି ଦିନ ପାଇଁ ସ୍ଥଗିତ ରଖିଛି। ଆସନ୍ତାକାଲି ସଂଧ୍ୟାରେ ଆମିକସ୍‌ କ୍ୟୁରି ରଣଜିତ୍‌ କୁମାର ଓ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଦିଲ୍ଲୀରୁ ଆସି ପୁରୀ ପହଞ୍ଚିବେ। ପରଦିନ ସେମାନେ ଶ୍ରୀମନ୍ଦିର ଚାରିପାର୍ଶ୍ବ ଉଚ୍ଛେଦ କାର୍ଯ୍ୟର ଅନୁଧ୍ୟାନ କାର୍ଯ୍ୟକ୍ରମ ରହିଛି। ଆମିକସ୍‌ କ୍ୟୁରି ଓ ସଲିସିଟର ଜେନେରାଲ୍ ଅନୁଧ୍ୟାନ କରି ଫେରିବା ପରେ ବଡ଼ଆଖଡ଼ା ମଠକୁ ଭାଙ୍ଗିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।...

ଫୋଟୋ - http://v.duta.us/1tHGNwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/4HJgFgAA

📲 Get Purinews on Whatsapp 💬