ପାରିବାରିକ ନିର୍ଯାତନା ଅସହ୍ୟ : ଜୀବନ ହାରିଲେ ବୃଦ୍ଧ ଦମ୍ପତି

  |   Jajpurnews

ଦଶରଥପୁର : ପାରିବାରିକ ଅଶାନ୍ତି ସାଙ୍ଗକୁ ନିର୍ଯାତନା। ସହି ପାରିଲେନି ବୃଦ୍ଧ ଦମ୍ପତି। ଶେଷରେ ଚରମ ପଦକ୍ଷେପ ନେଲେ। ସ୍ତ୍ରୀ ବେକରେ ରଶି ଲଗାଇ ଏବଂ ସ୍ବାମୀ ବିଷ ପିଇ ଜୀବନ ହାରିଦେଲେ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ କୋତପୁର ଗ୍ରାମରେ ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି।

ମୃତ ଦମ୍ପତି ହେଉଛନ୍ତି ଘନଶ୍ୟାମ ଖଟୁଆ(୭୦) ଏବଂ ତାଙ୍କ ପତ୍ନୀ ତାରାମଣି ଖଟୁଆ(୬୫)। ପ୍ରତ୍ୟକ୍ଷଦର୍ଶୀ ଏବଂ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣରୁ ପୁଅ ବୋହୂଙ୍କ ସହିତ ବାପାମା’ଙ୍କ ବଚସା ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଗାଁ ଲୋକେ ପ୍ରତିବାଦ କରିଥିଲେ ମଧ୍ୟ ପୁଅବୋହୂ ଶୁଣିନଥିଲେ। ଗାଳିଗୁଲଜ କରି ଚାଲିଥିଲେ। କିଛି ସମୟ ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ସବୁଦିନ ପରି ଘନଶ୍ୟାମ ଓ ତାରାମଣି ଖାଇପିଇ ଶୋଇବାକୁ ଯାଇଥିଲେ। ନାତି ବି ପାଖରେ ‌ଶୋଇଥିଲା। ମାତ୍ର ସକାଳୁ ନାତି ଉଠିଲାବେଳକୁ ବିଛଣାରେ ଦୁହେଁ ନଥିଲେ। ଏକଥା ନାତି ତା’ର ବାପାମାଆଙ୍କୁ ଜଣାଇଥିଲା।...

ଫୋଟୋ - http://v.duta.us/p8dPAgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/i2JXjQAA

📲 Get Jajpurnews on Whatsapp 💬