ପ୍ରମୁଖ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

  |   Koraputnews

କୋରାପୁଟ/ବ୍ରହ୍ମପୁର : ବଢ଼ୁଛି ବର୍ଷା। ଆଜି ଦିନତମାମ ଢାଳିଥିଲା ବେଳେ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବ। ଏମିତି ପୂର୍ବାନୁମାନ କରିଛି ପାଣିପାଣ ବିଭାଗ। ଏପଟେ ବର୍ଷାରେ ଜିଲ୍ଲାର ସମସ୍ତ ଜଳଭଣ୍ଡାର ଫୁଲି ଉଠିଛି।

ସୂଚନା ଅନୁସାରେ, ମାଛକୁଣ୍ଡ ଜଳଭଣ୍ଡାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ପରେ ଆଜି ଦୁଇଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟା‌ଜଳ ନିଷ୍କାସନ କରାଯାଇଛି। ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୨୭୫୦ ଫୁଟ ରହିଥିଲାବେଳେ ଆଜି ସକାଳ ସୁଦ୍ଧା ଏହା ୨୭୪୮ ଫୁଟରେ ପହଞ୍ଚିଥିଲା। ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆଜି ଦୁଇଟି ସ୍ଲୁଇସ ଗେଟ ଖୋଲି ବନ୍ୟା ଜଳ ଛଡ଼ାଯାଇଛି। ସେହିପରି ତେଲିଙ୍ଗିରି ଜଳ ଭଣ୍ଡାରର ଜଳସ୍ତର ଆଜି ସକାଳ ସୁଦ୍ଧା ୬୨୪.୮୦ ମିଟରରେ ପହଞ୍ଚିଛି। ଜଳଭଣ୍ଡାରକୁ ୨୮.୫୨ କ୍ୟୁମେକ ଜଳ ପ୍ରବେଶ କରୁଥିଲାବେଳେ ୪୧ କ୍ୟୁମେକ ଜଳ ନିଷ୍କାସନ କରାଯାଉଛି। କୋଲାବ ଜଳଭଣ୍ଡାର ଜଳସ୍ତର ଆଜି ସକାଳ ସୁଦ୍ଧା ୮୫୪.୪୧ ମିଟରରେ ପହଞ୍ଚିଛି। ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୮୫୮ ମିଟର ରହିଥିଲାବେଳେ ଗତକାଲି ସକାଳେ ଏଠାରେ ଜଳସ୍ତର ୮୫୪.୨୬ ମିଟର ରହିଥିଲା। ଜଳଭଣ୍ଡାରକୁ ଏବେ ୧୬୩.୬୪ କ୍ୟୁମେକ୍ସ ଜଳ ପ୍ରବେଶ କରୁଛି ଏବଂ ୨୯.୪୯ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି।...

ଫୋଟୋ - http://v.duta.us/iPqHHwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/7bxoHwAA

📲 Get Koraputnews on Whatsapp 💬